Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି

Odisha

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି

Jitendra Dash
Browse all articles by Jitendra Dash
·2 years ago·1 min read
ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୪୨ଠାରେ ମକର ସଂକ୍ରାନ୍ତି ଅବସରରେ ତେଲୁଗୁ ଭାଇ, ଭଉଣୀମାନଙ୍କ ସହ ତାଙ୍କର ‘ପୋଙ୍ଗଲ’ ପର୍ବରେ ଯୋଗ ଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କଥାକୁ ଦୋହରାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତେଲୁଗୁମାନଙ୍କର ଏହି ମୁଖ୍ୟ ପର୍ବରେ ବିଜେପି ସଭାପତି ଓ ନେତୃବୃନ୍ଦ ପହଂଚିଥିବାରୁ ସେମାନଙ୍କ ମଧ୍ୟରେ ଖୁସି ଖେଳି ଯାଇଥିଲା । ସେମାନଙ୍କ ସହ କିଛି ସମୟ ବିତାଇବା ସହ ତେଲୁଗୁ ସଂସ୍କୃତି ଓ ପରମ୍ପରା ସଂପର୍କରେ ଶ୍ରୀ ସାମଲ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ମଣ୍ଡଳ ସଭାପତି ସୁଶାନ୍ତ ଦାସ, ସଂଯୋଜକ ରଶ୍ମିରଞ୍ଜନ ମହାପାତ୍ର, ଡି.ଲକ୍ଷ୍ମୀ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state president greeted the people of the state on the occasion of Makar Sankranti and Pongal | Argus English