|
logo
Live

Argus News - ନବନିଯୁକ୍ତ ପ୍ରଭାରୀ ଏବଂ ସହପ୍ରଭାରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି

Odisha

ନବନିଯୁକ୍ତ ପ୍ରଭାରୀ ଏବଂ ସହପ୍ରଭାରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନବନିଯୁକ୍ତ ପ୍ରଭାରୀ ଏବଂ ସହପ୍ରଭାରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନାମ ତାଲିକା ଘୋଷଣା କରିଛନ୍ତି । ଓଡ଼ିଶା ପାଇଁ ଶ୍ରୀ ବିଜୟ ପାଲ ସିଂହ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିବାବେଳେ ଶ୍ରୀମତୀ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ତୋମାର ଉତର ପ୍ରଦେଶରୁ ସାଂସଦ ଏବଂ ଶ୍ରୀମତୀ ଉସେଣ୍ଡି ଛତିଶଗଡରେ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି । ଉଭୟ ରାଜ୍ୟରେ ବିଜେପି ସରକାର ଗଠନରେ ଶ୍ରୀ ତୋମାର ଓ ଶ୍ରୀମତୀ ଲତା ଉସେଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ଏହି ୨ଜଣଙ୍କ ରାଜନୈତିକ ଏବଂ ସାଂଗଠନିକ ଦକ୍ଷତା ଓଡିଶାରେ ବିଜେପି ସରକାର ଗଠନ କରିବାର ବେଶ୍ ସହାୟକ ହେବ । ଓଡିଶା ପ୍ରଭାରୀ  ବିଜୟ ପାଲ ସିଂହ ତୋମାର ଓ ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସରକାର ଗଠନ ପାଇଁ ଏଭଳି ଦକ୍ଷ ନେତାଙ୍କୁ ଓଡ଼ିଶା ପାଇଁ ଚୟନ କରିଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ସାମଲ ଦୃଢ଼କ୍ତି ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନବନିଯୁକ୍ତ ପ୍ରଭାରୀ ଏବଂ ସହପ୍ରଭାରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି | Argus English