|
logo
Live

Argus News - ଚାଷୀଙ୍କ ଦାବିପୂରଣ ନହେଲେ ଆଗାମୀ ଦିନରେ ବିଜେପି କୃଷକମୋର୍ଚ୍ଚା ଆନ୍ଦୋଳନ କରିବ

Odisha

ଚାଷୀଙ୍କ ଦାବିପୂରଣ ନହେଲେ ଆଗାମୀ ଦିନରେ ବିଜେପି କୃଷକମୋର୍ଚ୍ଚା ଆନ୍ଦୋଳନ କରିବ

Jitendra Dash
Browse all articles by Jitendra Dash
·2 years ago·2 min read
ଚାଷୀଙ୍କ ଦାବିପୂରଣ ନହେଲେ ଆଗାମୀ ଦିନରେ ବିଜେପି କୃଷକମୋର୍ଚ୍ଚା ଆନ୍ଦୋଳନ କରିବ

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ଦାବିକୁ ନେଇ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଛନ୍ତି ।

ଓଡ଼ିଶାରେ ବିଗତ ୨୩ବର୍ଷ ଶାସନରେ ଥିବା ନବୀନ ସରକାରର ନିଷ୍କ୍ରିୟତା ଓ ଚାଷୀ ବିରୋଧୀ ମାନସିକତା କାରଣରୁ ଓଡ଼ିଶା ଚାଷୀର ମାସିକ ଆୟ ଦେଶର ସବୁ ରାଜ୍ୟଠାରୁ କମ୍ ଅଟେ । ୨୩ବର୍ଷ ଶାସନ କାଳରେ ନବୀନ ସରକାର ରାଜ୍ୟରେ କୃଷି ଭିତିଭୂମିର ଦୁର୍ବଳ ସ୍ଥିତି କାରଣରୁ ଚାଷୀମାନେ କଷ୍ଟରେ ଅଛନ୍ତି । ରାଜ୍ୟରେ ଚାଷ ଜମିକୁ ଜଳସେଚନ ଓ ଶୀତଳଭଣ୍ଡାର କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷିଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ଓ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ତା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣର୍ ବିଫଳ ହୋଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲଘୁଚାପ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ, କପା ଓ ପନିପରିବା ବ୍ୟାପକଭାବେ ଫସଲହାନି ଘଟି ଚାଷୀମାନଙ୍କର ଅର୍ଥ ନୈତିକ ମାନଦଣ୍ଡ ଭୂଶୁଡି ପଡିଛି । ଯଦ୍ୱାରାକି ଚାଷୀ ଆଜି ଋଣ ସୁଝିବା ଓ ପରିବାର ପ୍ରତିପୋଷଣ ଚିନ୍ତାରେ ଆତ୍ମହତ୍ୟା କରୁଛି । ରାଜ୍ୟ ସରକାର ତୁରନ୍ତ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଫସଲର ଆକଳନ କରି ଚାଷୀମାନଙ୍କୁ  କ୍ଷତିପୂରଣ ୧୫ଦିନ ଭିତରେ ପ୍ରଦାନ କରନ୍ତୁ । ବିକଳ୍ପ ରବି ଚାଷ କରିବା ପାଇଁ ଚାଷୀମାନଙ୍କୁ ମାଗଣାରେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇ ଦିଅନ୍ତୁ । କୃଷି ପାଇଁ ବ୍ୟବହୃତ ବିଦ୍ୟୁତ ଶୁଳ୍କ ଛାଡ କରାଯାଉ । କୃଷକମାନଙ୍କର ସମସ୍ତ ପ୍ରକାର କୃଷି ଋଣ ଛାଡ କରାଯାଉ । ଏସବୁ ଦାବିକୁ ନେଇ କୃଷକମୋର୍ଚ୍ଚା ଆଜି ମାନ୍ୟବର ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି । ରାଜ୍ୟ ସରକାର ତୁରନ୍ତ ଏହି ଦାବି ଗୁଡିକୁ ପୂରଣ କରିବା ପାଇଁ କୃଷକମୋର୍ଚ୍ଚା ଦାବି କରିଛି, ନହେଲେ ଆଗାମୀ ଦିନରେ କୃଷକମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ରାଜ୍ୟ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ଶ୍ରୀ ମହେଶ୍ୱର ସାହୁ । 

ଏହି ପ୍ରତିନିଧି ଦଳରେ କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ପ୍ରଦୀପ କୁମାର ପତ୍ରି, ରାଜ୍ୟ ସଂପାଦକ ଅଶୋକ କୁମାର ରଥ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ କାର୍ଯ୍ୟାଳୟ ସଂପାଦକ ସତ୍ୟବାଦୀ ଚଇନି, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, ପ୍ରଶାନ୍ତ କୁମାର ସ୍ୱାଇଁ, ମିଡିଆ ସହସଂଯୋଜକ ତାପସ କୁମାର ଜେନା, ଭବାନି ଶଙ୍କର ଦାସମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ତାପସ କୁମାର ଜେନା ପ୍ରମୁଖ ସାମିଲ ହୋଇଥିଲେ । 
 

Sponsored
ଚାଷୀଙ୍କ ଦାବିପୂରଣ ନହେଲେ ଆଗାମୀ ଦିନରେ ବିଜେପି କୃଷକମୋର୍ଚ୍ଚା ଆନ୍ଦୋଳନ କରିବ | Argus English