Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୀମାରେ ଭାଷା, ଓଡ଼ିଆ ସଭ୍ୟତା, ସଂସ୍କୃତି ପ୍ରତି ନାହିଁ ଆଞ୍ଚଳିକ ଦଳର ସମ୍ମାନ

Odisha

ସୀମାରେ ଭାଷା, ଓଡ଼ିଆ ସଭ୍ୟତା, ସଂସ୍କୃତି ପ୍ରତି ନାହିଁ ଆଞ୍ଚଳିକ ଦଳର ସମ୍ମାନ

Banajyotshna Ray
Browse all articles by Banajyotshna Ray
·2 years ago
ସୀମାରେ ଭାଷା, ଓଡ଼ିଆ ସଭ୍ୟତା, ସଂସ୍କୃତି ପ୍ରତି ନାହିଁ ଆଞ୍ଚଳିକ ଦଳର ସମ୍ମାନ

ଅର୍ଗସ ବ୍ୟୁରୋ: ସୀମାରେ ଭାଷା, ଓଡ଼ିଆ ସଭ୍ୟତା, ସଂସ୍କୃତି ପ୍ରତି ନାହିଁ ଆଞ୍ଚଳିକ ଦଳର ସମ୍ମାନ। ସୀମାନ୍ତ ସୁରକ୍ଷାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର। ପ୍ରଥମେ ସ୍ବାସ୍ଥ୍ୟ, ଶିକ୍ଷା ପରେ ଏବଂ ଯୋଗାଯୋଗ କ୍ଷେତ୍ରରେ ସୀମାରେ ପଶି ଆନ୍ଧ୍ରର ପତିଆରା। କୋରାପୁଟ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନରେ 5ଜି ସେବା ଆରମ୍ଭ ହୋଇଛି। ଏଠିବି କୋଟିଆ ବାସୀଙ୍କ ସ୍ୱାର୍ଥସାଧନରେ ଫେଲ୍ ଓଡ଼ିଶା ସରକାର।

ଓଡ଼ିଶା ସୀମାରେ ପସି ଆନ୍ଧ୍ର ନିଜ ପତିଆରା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ କାହିଁକି ଚୁପ୍ ରାଜ୍ୟ ସରକାର। କାହିଁକି ଚୁପ୍ ବସିଛନ୍ତି ସ୍ଥାନୀୟ ଜିଲ୍ଲା ଓ ବ୍ଲକ ପ୍ରଶାସନ। ଆନ୍ଧ୍ରର ସୀମା ଓ ସାଂସ୍କୃତିକ ଆକ୍ରମଣ ପାଇଁ ବିଜେଡି ସରକାର ସୀମାନ୍ତରେ କରିଛି ସାହାଣ ମେଲା। ଯାହାର ଫାଇଦା ନେଇ ଚାଲିଛି ଆନ୍ଧ୍ର। ସୀମାନ୍ତ ଓଡ଼ିଆଙ୍କ ପ୍ରତି ରାଜ୍ୟ ସରକାରଙ୍କ ମନରେ ମରିଯାଉଛି କି ଆନ୍ତରିକତା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored