Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାର୍ଯ୍ୟକ୍ଷମ ହେଉନି ଷ୍ଟାଡିୟମ

Odisha

କାର୍ଯ୍ୟକ୍ଷମ ହେଉନି ଷ୍ଟାଡିୟମ

Arpita Mohanty
Browse all articles by Arpita Mohanty
·2 years ago·1 min read
କାର୍ଯ୍ୟକ୍ଷମ ହେଉନି ଷ୍ଟାଡିୟମ

ଅର୍ଗସ ବ୍ୟୁରୋ :କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଉଛି ଇଣ୍ଡୋର ଷ୍ଟାଡିୟମ, କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ପରେ ମଧ୍ୟ ଷ୍ଟାଡିୟମ କାର୍ଯ୍ୟକ୍ଷମ ହେଉନି। ଆନନ୍ଦପୁର ବ୍ରିଜ ଛକ ଷ୍ଟାଡିଅମରେ ସରକାରଙ୍କ ପକ୍ଷରୁ ୮ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଯୁବବର୍ଗ ଅତ୍ୟନ୍ତ ଖୁସି ଥିଲେ। ଖେଳ ଓ ଜିମ୍ ଉପଯୋଗୀ ସମସ୍ତ ସାମଗ୍ରୀ ଏହା ଭିତରେ ରଖାଯାଇଛି ହେଲେ ଦୁଃଖର ବିଷୟ ଫେବୃଆରୀ ମାସରୁ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ପୂର୍ତ୍ତ ବିଭାଗ ଅଧୀନରେ ଏହି ଷ୍ଟାଡିଅମ ନିର୍ମାଣ ହୋଇଛି କିନ୍ତୁ ଷ୍ଟାଡିଅମର କାର୍ଯ୍ୟକ୍ଷମତାକୁ ନେଇ କାହାରି ପାଖରେ ସ୍ପଷ୍ଟ ଉତ୍ତର ନାହିଁ।

୨୦୨୧ ମସିହା ଡିସେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିଅମର ଭିତ୍ତିପ୍ରସ୍ତର ସ୍ଥାପନ ଭିସି ଜରିଆରେ ଉଦ୍ଘାଟନ କରିଥିଲେ । ୨୦୨୩ ମସିହା ଫେବୃଆରୀ ୨୮ ତାରିଖରେ ଏହା ସମ୍ପୂର୍ଣ କରିବା ପାଇଁ ସୂଚନା ଫଳକରେ ଉଲ୍ଲେଖ ଅଛି । ଷ୍ଡାଡିୟମ ଖୋଲା ଯାଉ ନଥିବାରୁ ଯୁବଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସ୍ଥାନୀୟ ଯୁବକ ମାନଙ୍କ ଖେଳ ପ୍ରତି ଆଗ୍ରହ ଥିବା ବେଳେ ତୁରନ୍ତ ଏହି ଇଣ୍ଡୋର ଷ୍ଟାଡିଅମ କୁ କାର୍ଯ୍ୟକ୍ଷମ କରିବାକୁ ଦାବି ରଖିଛନ୍ତି। ଖେଳ ଓ ବ୍ୟାୟାମ ପାଇଁ ଆସିଥିବା ସାମଗ୍ରୀ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ଉପର ସିଲିଂରୁ ପାଣି ଖସିଲାଣି । ଯଦି ଏହି ଷ୍ଟାଡିୟମକୁ ଶୀଘ୍ର ଖୋଲା ନଯାଏ ତାହେଲେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଏହି ଷ୍ଟାଡିୟମ ଭୂତ କୋଠିରେ ପରିଣତ ହେବ ସେଥିରେ କୌଣସି ସନ୍ଦେହ ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର

Sponsored
The stadium is not opening | Argus English