ସ୍କୁଟିରୁ ବାହାରି ମହିଳାଙ୍କ ପୋଷାକ ମଧ୍ୟରେ ପଶିଲା ସାପ
·2 years ago

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ଗ୍ରାମର ସାବିତ୍ରୀ ନାୟକ। ସେ ନିଜ ସ୍କୁଟିରେ ଭୁବନ ବଜାରକୁ କିଣାକିଣି କରିବାକୁ ଆସିଥିବା ସମୟରେ ଭୁବନ କାଳୀବଜାରରେ ବଡପାଟି କରି ନିଜ ସ୍କୁଟିକୁ ଫୋପାଡି ଦେଇଥିଲେ। ତେବେ ଘଟଣା ସ୍ଥଳରେ ଲୋକମାନେ ଘେରିଯାଇ ସମସ୍ୟା ବୁଝିବା ବେଳକୁ ଏକ ଚିତିସାପ ମହିଳାଙ୍କ ପୋଷାକରୁ ଖସିପଡିଲା।
ସାପଟିକୁ ଲୋକମାନେ ଧରିନେଇ ଏକ ପ୍ଲାଷ୍ଟିକ ଡବାରେ ରଖିଥିବା ବେଳେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ। କିନ୍ତୁ ସାପଟି ସ୍କୁଟିରୁ ବାହାରି ହାତବାଟ ଦେଇ ମହିଳାଙ୍କ ଦେହରେ ବାହାରିଥିଲେ ହେଁ କୌଣସି କ୍ଷତି କରି ନ ଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାଟି ଗାଡି ଚଲାଇବା ପୂର୍ବରୁ ଗାଡିକୁ ଭଲଭାବେ ଦେଖିବା ନିହାତି ଆବଶ୍ୟକ ବୋଲି ସଚେତନତା ବର୍ତ୍ତା ଦେଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: