Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅର୍ପଣ ରଥ ନାଁରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ

Odisha

ଅର୍ପଣ ରଥ ନାଁରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ

Manini Pattanayak
Browse all articles by Manini Pattanayak
·2 years ago·2 min read
ଅର୍ପଣ ରଥ ନାଁରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ

ଭୁବନେଶ୍ୱର:  ଅର୍ପଣ ରଥ ନାଁରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରାଘାତ ନାଁ ଜଗନ୍ନାଥଙ୍କର, କିନ୍ତୁ ଫଟୋ ବିଜେଡି ସୁପ୍ରିମୋ ଓ ନେତାଙ୍କର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ରାଜ୍ୟ ସରକାର  ଅର୍ପଣ ରଥ ନାଁରେ ଯେଉଁ ଗାଡ଼ି ବୁଲାଉଛନ୍ତି ତାକୁ ନେଇ ସାରା ରାଜ୍ୟରେ ବିବାଦ। ମହାପ୍ରଭୁଙ୍କ ପ୍ରତି ବିଜେଡି ।  କର୍ମୀ ଯେଉଁଭଳି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି ତାକୁ ନେଇ ଆହତ ହେଉଛି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ।  ଭୁବନେଶ୍ବର ହେଉକି ଭଦ୍ରକ। ବାଲେଶ୍ବର ହେଉ କି ଅନୁଗୁଳ। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ବୁଲୁଥିବା ଅର୍ପଣ ରଥକୁ ନେଇ ସାରା ରାଜ୍ୟରେ ବିରୋଧ। କେଉଁଠି ଜଗନ୍ନାଥଙ୍କ ଫଟୋ ଉପରେ ବିଜେଡି କର୍ମୀ ଗୋଡ ରଖିଥିବା ଦେଖିବାକୁ ମିଳୁଛି। ଆଉ କେଉଁଠି ଜଗନ୍ନାଥଙ୍କ ମୁରୁଜ ଉପରେ ଗୋଡ଼ ରଖିଛନ୍ତି ବିଜେଡି କର୍ମୀ । ଆଉ କେଉଁଠି ଜୋତା ପିନ୍ଧି କରାଯାଉଛି ଅରୁଆ ଚାଉଳ ସଂଗ୍ରହ ।

ଜଗନ୍ନାଥଙ୍କ ପ୍ରତି ଅସମ୍ମାନକୁ ନେଇ ସବୁଠି ଲୋକଙ୍କ ଅସନ୍ତୋଷ । ମହାପ୍ରଭୁଙ୍କ ନାଁରେ ରାଜନୀତିକୁ ନେଇ ଲୋକେ କରୁଛନ୍ତି ଜୋରଦାର ପ୍ରତିବାଦ ।  ଏ ଦୃଶ୍ୟ ହେଉଛି ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର। ଗଣେଶ ମଣ୍ଡପ ନିକଟରେ ଡ଼ଷ୍ଟବିନ୍ ପାଖରେ ଥୁଆ ହୋଇଛି ଜଗନ୍ନାଥଙ୍କ ଅର୍ପଣ ରଥ । ଦୁର୍ଗନ୍ଧରେ ଫାଟି ପଡୁଛି ସ୍ଥାନ। ଆଉ ଏଇଠି ଖୋଲା ଆକାଶ ତଳେ ଗାଡ଼ି ଉପରେ ବସିଛନ୍ତି ମହାପ୍ରଭୁ।  ଆଉ ଏ ଚିତ୍ର ହେଉଛି ଅନୁଗୁଳ ଜିଲ୍ଲା ତୁରଙ୍ଗ ଗାଁର । ଅର୍ପଣ ରଥ ନାଁରେ ଛିଡ଼ା ହୋଇଥିବା ଏ ପିକ୍ ଅପ୍ ଭ୍ୟାନରେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଦେଖି ରାଗି ଯାଇଥିଲେ ଗାଁ ଲୋକେ। ବିରୋଧ ହେବାରୁ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଫଟୋ ସ୍ଥାନରେ ଲଗାଗଲା ମହାପ୍ରଭୁଙ୍କ ଫଟୋ। ତା ପରେ ବୁଲିଲା ଗାଡ଼ି। 
 ଭଦ୍ରକ ଚାନ୍ଦବାଲି ତୋଟାପଡା ପଂଚାୟତ କୁଳିଆଡିଆ ଗାଁରେ ବି ଘଟିଲା ସମାନ ଘଟଣା। ଜଗନ୍ନାଥଙ୍କ ନାଁରେ ବୁଲୁଥିବା ଗାଡ଼ିରେ ପାଣ୍ଡିଆନ ଓ ନବୀନଙ୍କ ଫୋଟକୁ ବିରୋଧ କଲେ ଗାଁ ଲୋକେ। ଉତ୍ତେଜନା ହେବାରୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲା। ପଞ୍ଚାୟତ ଅଧିକାରୀ ଓ ଜିଆରଏସ୍ ରଥରେ ନେତାଙ୍କ ଫଟୋ ଉପରେ ଜଗନ୍ନାଥଙ୍କ ଫଟୋ ଲଗାଇବା ପରେ ଶାନ୍ତହେଲେ ଲୋକେ। 

ବାଲେଶ୍ବର ଜିଲ୍ଲା ନୀଳଗିରିର ବିଭିନ୍ନ ସ୍ଥାନରେ ମଧ୍ୟ ଅର୍ପଣ ରଥକୁ ନେଇ ସୃଷ୍ଟି ହୋଇଛି ବିବାଦ। ଧର୍ମ ନାମରେ ନବୀନ ଓ ପାଣ୍ଡିଆନଙ୍କ ଫୋଟ ଲଗାଇ ଦଳୀୟ ପ୍ରଚାରକୁ ଲୋକେ ବିରୋଧ କରିଛନ୍ତି ।   ଜଗନ୍ନାଥଙ୍କ ସହ ଜଡ଼ିତ କୋଟି କୋଟି ଲୋକଙ୍କ ଭାବାବେଗ। ମହାପ୍ରଭୁଙ୍କୁ ଏଭଳି ଅପମାନ ଓ ଅସମ୍ମାନକୁ ନେଇ ସୋସିଆଲ୍ ମିଡିଆ ଏକ୍ସରେ ବିରୋଧ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତା ଅନୀଲ ବିଶ୍ବାଳ। ଲେଖିଛନ୍ତି ସାରା ବିଶ୍ବର ଠାକୁରଙ୍କ ପ୍ରତି ଏଭଳି ଅସମ୍ମାନ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ବ୍ୟଥିତ କରିଛି । ବିଜେଡି ସରକାରଙ୍କ ଏମିତି ସନାତନ ବିରୋଧୀ କାମକୁ ସବୁଆଡୁ ନିନ୍ଦା କରାଯାଉଛି।   
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The sentiments of crores of Jagannathan lovers have been hurt in the name of Arpana Rath | Argus English