ଚଳନ୍ତା ଟ୍ରେନ୍ ଅଟକାଇ ଲୋକଙ୍କ ସମସ୍ୟା ବୁଝିଲେ ରେଳମନ୍ତ୍ରୀ

ଖୋର୍ଦ୍ଧା: ରେଳ ପର୍ଟି ଉପରେ ଗଡୁଥିଲା କେନ୍ଦ୍ର ରେଳ ମନ୍ତ୍ରୀଙ୍କ ରେଳ ଗାଡି । ରାସ୍ତାରେ ଚାଲିଥାଏ ନନଷ୍ଟପ । କିନ୍ତୁ ବିନା ଷ୍ଟେସନରେ ଲୋକଙ୍କୁ ଦେଖି ହଠାତ ଅଟକି ଯାଇଥିଲା ରେଳମନ୍ତ୍ରୀଙ୍କ ଟ୍ରେନ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମରେ । ୨୦୧୭ ମସିହାରୁ ଆଚଂଳିକ କ୍ରିୟାନୁଷ୍ଠାନ କମିଟି ଆଖପାଖ ୧୦ଟି ପଚାଂୟତର ସମସ୍ୟାକୁ ଦୁଷ୍ଟିରେ ରଖି ସାନପଦର ଠାରେ ଏକ ରେଳ ଷ୍ଟେସନ ନିର୍ମାଣ ପାଇଁ ନିବେଦନ କରିଥିଲ । ଏବଂ ଏହାକୁ ଭୁବନେଶ୍ୱର ସାଂସଦଙ୍କ ସହାୟତାରେ ରେଳମନ୍ତ୍ରୀ ସାନପଦର ଠାରେ ରେଳ ପ୍ୟାସେଞ୍ଜର ଷ୍ଟେସନ ହେବ ବୋଲି କହିବା ସହ ଗତ ଏପ୍ରିଲ ମାସରେ ରେଳ ବିଭାଗ ଚିଠି କରିଥିଲା । ଚିଠି ମିଳିବା ପରେ ଅଚଂଳ ବାସୀ ମନରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ଷ୍ଟେସନ କାମରେ କୌଣସି ଅଗ୍ରଗତି ହେଉନଥିଲା ।
ତେବେ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖୋର୍ଦ୍ଧା ବଲାଗୀଂର ରେଳପଥରେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦଶପଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ସାନପଦର ଠାରେ ରେଳମନ୍ତ୍ରୀଙ୍କୁ ଅଟକି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ । ସାନପଦର ଠାରେ ଟ୍ରନ ଲାଇନ କଡରେ ସ୍ଥାନୀୟ ଲୋକ ରେଳମନ୍ତ୍ରୀଙ୍କୁ ଦେଖା କରିବାକୁ ଥିବା ଜାଣିପାରି ରେଳମନ୍ତ୍ରୀ ଟ୍ରେନ ଅଟକାଇ ତଳକୁ ଓଲ୍ହାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଏବଂ ସାନପଦର ଠାରେ ରେଳ ଷ୍ଟେସନ କାମର ଅଗ୍ରଗତି ଦାବୀ ଶୁଣି ସଙ୍ଗେ ସଙ୍ଗେ ରେଳମନ୍ତ୍ରୀଙ୍କ ସହ ଥିବା ଖୋର୍ଦ୍ଧା ରୋଡ ଡିଆରଏମଙ୍କୁ କୋଡିଏ ଦିନ ମଧ୍ୟରେ ଏଠାରେ ଷ୍ଟେସନ କାମ ଆରମ୍ଭ କରିବାପାଇଁ ନିର୍ଦେଶ ଦେଇଛନ୍ତି । ରେଳମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳ ବାସୀ ସ୍ୱାଗତ କରିବା ସହ ଆସନ୍ତା ରଠାଯାତ୍ର ପୂର୍ବରୁ ଏଠାରେ ଟେନ ରହଣି କରିବ ଏବଂ ସେମାନେ ଏଇଠାରୁ ଟ୍ରେନରେ ବସି ପୁରୀ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଯିବେ ବୋଲି ରେଳମନ୍ତ୍ରୀଙ୍କୁ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର