Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସବୁଜ ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

Odisha

ସବୁଜ ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ସବୁଜ ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

 ଭୁବନେଶ୍ୱର:  ଦଶପଲ୍ଲାକୁ ଗଡ଼ିଲା ଟ୍ରେନ । ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସବୁଜ ପତାକା ଦେଖାଇ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ । ଭୁବନେଶ୍ବର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ବର -ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ପୁରୀ-ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ, ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ ଗୁଡ଼ିକର ସମ୍ପ୍ରସାରଣ କରାଯାଇଛି । ସେହିପରି ଦଶପଲ୍ଲା ରେଳ ଷ୍ଟେସନର  ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି, ମୋଦିଙ୍କ ଫୋକସରେ ରହିଛି ଓଡ଼ିଶା । ୨୦୧୪ ବେଳକୁ ଓଡ଼ିଶାକୁ ଆସୁଥିଲା ୮୦୦ କୋଟିର ଅନୁଦାନ । ୨୦୧୪ ପରେ ୧୦ ହଜାର କୋଟି ଅନୁଦାନ ଆସୁଛି ।  ୨୦୧୪ ପୁର୍ବରୁ ୫୦ କିମି ନୂଆ ରେଳପଥ ନିର୍ମାଣ ହେଉଥିଲା । କିନ୍ତୁ ଏବେ ବର୍ଷକୁ ୪୫୦ କିମି ରେଳପଥ ନିର୍ମାଣ ହେଉଛି । ଖୋର୍ଦ୍ଧା - ବଲାଙ୍ଗିର ରେଳ ଲାଇନ ଏକ ଐତିହାସିକ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି କାମ ଶେଷ ହୋଇପାରିନଥିଲା । କିନ୍ତୁ ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଛି । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ଅଶ୍ଵିନୀ । ଓଡ଼ିଶାକୁ ସମୃଦ୍ଧ ଏବଂ ବିକଶିତ ରାଜ୍ୟ କରିବା ମୋଦି ଗ୍ୟାରେଣ୍ଟିରେ ପ୍ରାଥମିକତା । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ନୀତି ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି । କେନ୍ଦ୍ର ସରକାରଙ୍କ ସବୁ ଯୋଜନାରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ପଡ଼ିବ । ଏଥିପାଇଁ ଦଳୀୟ ଭାବନା ଏବଂ ରାଜନୀତିରୁ ଉପରକୁ ଉଠି କାମ କରିବାକୁ ପଡ଼ିବ । ସେହିପରି ଦଶପଲ୍ଲା ଷ୍ଟେସନରେ ହେବ ଟିକେଟ ପଞ୍ଜୀକରଣ କାଉଣ୍ଟର । ଏହି କାର୍ଯ୍ୟକ୍ରମ ଅବସରରେ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଗାମୀ ରଥ ଯାତ୍ରା ବେଳକୁ ଟ୍ରେନରେ ବସି ପୁରୀ ଯିବେ ଦଶପଲ୍ଲା ସମେତ ନୟାଗଡ଼ ଜିଲ୍ଲାର ଅଧିବାସୀ । ଏଥିପାଇଁ ରଥଯାତ୍ରା ବେଳକୁ ସ୍ଵତନ୍ତ୍ର ଟ୍ରେନ ଚଳାଇବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଫୁଲବାଣୀକୁ ରେଳ ସଂଯୋଗ ପ୍ରସଙ୍ଗରେ ORIDL ଆଣିଥିବା ଡିପିଆର ଫେରାଇ ଦେଇଛନ୍ତି ରେଳ ମନ୍ତ୍ରୀ । ପୁଣି ଥରେ ଫୁଲବାଣୀକୁ ଯୋଡ଼ି ଡିପିଆର ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ । ସବୁ ଜିଲ୍ଲାକୁ ରେଳ ସଂଯୋଗ ହେଉ ବୋଲି ଚାହୁଁଛନ୍ତି ମୋଦି । ଆମେରିକା, ଜାପାନ ଠାରୁ ମଧ୍ୟ ଉନ୍ନତ ଧରଣର ରେଳ ଷ୍ଟେସନ ଭୁବନେଶ୍ଵରରେ ତିଆରି ହେଉଛି ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The railway minister started the train by showing the green flag | Argus English