ଦୋକାନ ଘର ଆବଣ୍ଟନ ପ୍ରକ୍ରିୟା ନେଇ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ

ଅର୍ଗସ ବ୍ୟୁରୋ: ପୁରୀରେ ଦୋକାନ ଘର ଆବଣ୍ଟନର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନବାଚୀ । ଦୋକାନ ଘର ଆବଣ୍ଟନ ପ୍ରକ୍ରିୟା ନେଇ ପ୍ରଶାସନ କିମ୍ବା ପୌରପାଳିକା ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ସାଧାରଣ ଗରିବ ଓ ଉଠା ଦୋକାନୀ ମାନେ ଦୋକାନ ଘର ପାଇବା ପାଇଁ ଦରଖାସ୍ତ ଆବେଦନ କରିପାରିନାହାନ୍ତି । ଦୋକାନ ଘର କେଉଁ ଆଧାରରେ ବଣ୍ଟନ ହୋଇଛି ସେନେଇ ପ୍ରଶାସନ ତରଫରୁ କୌଣସି ମାନଦଣ୍ଡ ପ୍ରସ୍ତୁତ ହୋଇନାହିଁ ।
ପୂର୍ବ ଦୋକାନୀ ମାନଙ୍କ ବ୍ୟତୀତ ଆବଣ୍ଟନ ତାଲିକାରେ ଯେଉଁ ନୂଆ ବ୍ୟକ୍ତିବିଶେଷ ମାନଙ୍କ ନାମ ସ୍ଥାନ ପାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ନୂଆ ବ୍ୟକ୍ତିବିଶେଷଙ୍କୁ କେଉଁ ଆଧାରରେ ଦୋକାନଘର ଆବଣ୍ଟନ କରାଗଲା ସେନେଇ ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହି ଆବଣ୍ଟନ ତାଲିକାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: