|
logo
Live

Argus News - ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ , ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥୀ

Odisha

ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ , ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ , ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥୀ

ପୁରୀ : ଆଜି ବି ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ। ଘନ କୁହୁଡି ଯୋଗୁଁ ଦୀର୍ଘ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥି। ରାଧାବଲ୍ଲଭ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ  ଦର୍ଶନ  କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ସମସ୍ଯା ଉପୁଜିଛି। ସେପଟେ ଶ୍ରୀମନ୍ଦିର ଦୃଶ୍ୟମାନ ହେଉଥିବା ପ୍ରାୟ ଦଶ କିଲୋମିଟର ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନଥିଲେ।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ

ବଡଦାଣ୍ଡରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଥିଲା। ଏମିତିକି ଦିନ ୮ଟା ପରେ ବି ଘନକୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ।ତେବେ ଘନକୁହୁଡି ଯୋଗୁଁ ବଡଦାଣ୍ଡରେ ମଧ୍ୟ ଗାଡି ଚଳାଚଳରେ ସମସ୍ଯା ଉପୁଜିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ , ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥୀ | Argus English