Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୭ରେ ଆସୁଛନ୍ତି ମହାମହିମ, ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଦେବେ ଯୋଗଦାନ

Odisha

୨୭ରେ ଆସୁଛନ୍ତି ମହାମହିମ, ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଦେବେ ଯୋଗଦାନ

Jitendra Dash
Browse all articles by Jitendra Dash
·2 years ago·2 min read
୨୭ରେ ଆସୁଛନ୍ତି ମହାମହିମ, ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଦେବେ ଯୋଗଦାନ

ଅର୍ଗସ ବ୍ୟୁରୋ : ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ବୋଇତ ବନ୍ଦାଣ ଉତ୍ସବ । ସାତ ଭାଈ ଓ ତଅପୋଇ କିମ୍ବଦନ୍ତିର ଏହି ପରମ୍ପରା । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତେ ପୁର ପଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ ।

ବୋଇତ ବନ୍ଦାଣ ଉତ୍ସବକୁ ନେଇ ସଜେଇ ହେଉଛି ବନ୍ଦର ନଗରୀ ପାରାଦୀପ । ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଚଳିତ ବର୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦୀପ ବନ୍ଦର ପକ୍ଷରୁ ଆୟୋଜନ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି ଯୋଗେ ଦେବାକୁ ଓଡ଼ିଶା ଆସୁଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମହାମହିମ ଆସନ୍ତା ୨୭ ତାରିଖ ଦିନ ୧୦ ଟାରେ ପାରାଦୀପରେ ପହଞ୍ଚିବେ ବୋଲି ଜଣାପଡିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହି ଭଳି ପାରାଦୀପର ପରମ୍ପରାକୁ ବଜାୟ ରଖିବା ପାଇଁ ଚଳିତ ବର୍ଷ ମଧ୍ୟ ବିଜୁ ମଇଦାନରେ ମହା ଆଡମ୍ବରରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏକ ହଜାର ଷ୍ଟଲ୍ ପଡ଼ିବାର ବ୍ୟବସ୍ଥା ହୋଇଛି । ସମୁଦ୍ର ବେଲା ଭୂମିକୁ ସୁନ୍ଦର ଭାବରେ ସୁସଜିତ କରାଯାଇଛି ।

କିଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ ବାଲିଯାତ୍ରା କରାଯିବ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ମିଳିତ ଭାବେ ବୈଠକ ଶେଷ ହୋଇଥିବା ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବେହେରା ପ୍ରତିକ୍ରିୟାରେ କହିଛନ୍ତି । ଯେ ହେତୁ ଚଳିତ ବର୍ଷ ମହାମହିମଙ୍କ ଗସ୍ତ ରହିଛି ବାଲିଯାତ୍ରା ପଡ଼ିଆକୁ ସରସ ସୁନ୍ଦର କରିବା ସହ ଦୃଷ୍ଟି ଆକର୍ଷଣ କରାଯାଉଛି । ପ୍ରଥମ ଥର କରି ମହାମହିମ ପାରାଦୀପ ଆସିବା ନେଇ ସମସ୍ତେ ଖୁସି ବ୍ୟକ୍ତ କରିବା ସହିତ ମହା ଆଡମ୍ବରରେ ମହାମହିମଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି ବନ୍ଦର ନଗରୀ  । 

Sponsored
the President will grace the Boita Bandana ceremony organised by the Paradip Port Authority at Paradip and virtually inaugurate | Argus English