Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଟି କଳା ବୋର୍ଡ ଗଠନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କୁମ୍ଭକାର ସଂଘ

Odisha

ମାଟି କଳା ବୋର୍ଡ ଗଠନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କୁମ୍ଭକାର ସଂଘ

Ritu Das
Browse all articles by Ritu Das
·2 years ago·1 min read
ମାଟି କଳା ବୋର୍ଡ ଗଠନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କୁମ୍ଭକାର ସଂଘ

ଅର୍ଗସ ବ୍ୟୁରୋ: ଦୀର୍ଘ ବର୍ଷ ହେଲା କୁମ୍ଭକାର ସମ୍ପ୍ରଦାୟର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ମାଟି କଳା ବୋର୍ଡ ଗଠନ କରିବା ପାଇଁ କୁମ୍ଭକାର ସଂଘ ଦାବି କରିଥିଲେ। ସରକାର କୁମ୍ଭକାର ସଂଘର ଦାବିକୁ କର୍ଣ୍ଣପାତ ନ କରିବାରୁ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବ ଚେତାବନୀ ଦେଇଛି କୁମ୍ଭକାର ସଂଘ। 
ସାଲେପୁର ମଧୂସୁଦନ ଭବନରେ କୁରାଳ ପଞ୍ଚମୀ ଅବସରରେ କଟକ ଜିଲ୍ଲା କୁମ୍ଭକାର ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ସଭାପତି ଭାସ୍କର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ କୁମ୍ଭକାର ସଂଘ ଉପସଭାପତି ରାମଚନ୍ଦ୍ର ମୁଦୁଲି, ରାଜ୍ୟ କୁମ୍ଭକାର ସଂପାଦକ ଜୟୀରାମ ସାହୁ, କଟକ ଜିଲ୍ଲା କୁମ୍ଭକାର ସଂପାଦକ ରବୀନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ସଂଘକୁ ଅଧିକ କ୍ରିୟାଶୀଳ କରିବାସହ ରାଜ୍ୟସରକାରଙ୍କ ପାଖରେ କୁମ୍ଭକାର ପରିବାରର ଉନ୍ନତି ପାଇଁ ଆବଶ୍ୟକୀୟ ଦାବି ଉପସ୍ଥାପନ କରିବାକୁ ମତ ପ୍ରକାଶ ପାଇଥିଲା।

କୁମ୍ଭକାରଙ୍କ କୌଳିକ ବୃତ୍ତି ଦୁର୍ଦ୍ଦିନରେ ରହିଥିବାବେଳେ ଅନ୍ୟ ରାଜ୍ୟ ପରି ମାଟିକଳା ବୋର୍ଡ ଗଠନ ଓ କୁମ୍ଭକାର ଶିଳ୍ପୀ ମାନଙ୍କୁ ଭତ୍ତା ଓ ପେନସନ ସୁବିଧା ତଥା ନିର୍ମାଣ ପାଇଁ ଛାଞ୍ଚ ଓ କଞ୍ଚାମାଲ ଯୋଗାଇଦେବା, ଟେରାକୋଟା ପ୍ରଶିକ୍ଷଣ ଦେବା, ବଜାର ସୁବିଧା ଯୋଗାଇ ଦେବା, ଇତ୍ୟାଦି ଦାବିନେଇ ସମାବେଶରେ ଆଲୋଚନା କରାଯାଇଥିଲା। ଦାବିପୂରଣ ଦିଗରେ ସରକାର ଦୃଷ୍ଟି ନ ଦେଲେ ବିଧାନସଭାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The potters' union | Argus English