Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଦିବାସୀଙ୍କ ଜମିକୁ ଖଣି ମାଫିଆଙ୍କୁ ହସ୍ତାନ୍ତର କରିବାର ଷଡ଼ଯନ୍ତ୍ରକୁ ବର୍ଦାସ୍ତ କରାଯିବନି

Odisha

ଆଦିବାସୀଙ୍କ ଜମିକୁ ଖଣି ମାଫିଆଙ୍କୁ ହସ୍ତାନ୍ତର କରିବାର ଷଡ଼ଯନ୍ତ୍ରକୁ ବର୍ଦାସ୍ତ କରାଯିବନି

Ritu Das
Browse all articles by Ritu Das
·2 years ago·1 min read
ଆଦିବାସୀଙ୍କ ଜମିକୁ ଖଣି ମାଫିଆଙ୍କୁ ହସ୍ତାନ୍ତର କରିବାର ଷଡ଼ଯନ୍ତ୍ରକୁ ବର୍ଦାସ୍ତ କରାଯିବନି

ଅର୍ଗସ ବ୍ୟୁରୋ: ନୂଆପଡ଼ା ସହର ଗୋଡ଼ଫୁଲା ସ୍ଥିତ ଜି.ଏନ.ଏମ ତାଲିମ କେନ୍ଦ୍ର ପ୍ରାଙ୍ଗଣ ଠାରେ ଆଦିବାସୀ କଲ୍ୟାଣ ମହାସଂଘ ପଶ୍ଚିମ ଓଡିଶାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବିହାରୀ ଲାଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସଂଯୋଜକ ଖାମ ସିଂ ମାଝୀ, ସାଧାରଣ ସମ୍ପାଦକ ବାଳ କୃଷ୍ଣ ଶବର, ଉପ ସଭାପତି ଭାନୁ ପ୍ରାତପ ସିଂ ମାଝୀ , ନୂଆପଡା ଜିଲ୍ଲା ଉପଦେଷ୍ଟା ବଟ କୃଷ୍ଣ ପରୁଆ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। 

ଗତ ୧୪ ତାରିଖରେ ରାଜ୍ୟ ସରକାର ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରାଯାଇପାରିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହା ଆଦିବାସୀଙ୍କ ଜମିକୁ ରାଜ୍ୟ ସରକାର ଜମି ଓ ଖଣି ମାଫିଆଙ୍କୁ ସିଧା ସଳଖ ହସ୍ତାନ୍ତର କରିବାର ଏକ ଷଡଯନ୍ତ୍ର ରଚନା କରିଛନ୍ତି। ଏହା ଦ୍ୱାରା ଆଦିବାସୀ ନିଜର ସର୍ବସ୍ୱ ହରାଇବେ ଏବଂ ବହୁ ମାତ୍ରାରେ ବ୍ୟବସାୟୀ, ଜମି ମାଫିଆ ଓ ଠିକାଦାରଙ୍କ ଠୁ ଶୋଷିତ ହେବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ସମ୍ପୂର୍ଣ ଭାବେ ବିରୋଧ କରୁଛି। ଏହା ସହିତ ଏହି ଆଦିବାସୀ ଙ୍କ ବିରୋଧୀ ନିଷ୍ପତ୍ତି ରାଜ୍ୟ ସରକାର ପ୍ରତ୍ୟାହାର ନ କଲେ ଆସନ୍ତା ଡିସେମ୍ବର ୫ ତାରିଖରେ ସମସ୍ତ ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବା ସହିତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର ଏହି ସାଧାରଣ ସଭାରେ ନିଷ୍ପତ୍ତି ନେଇଥିବା ଉପସଭାପତି ଶ୍ରୀ ଭାନୁ ମାଝୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The plot to hand ove | Argus English