Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କ ଦୁର୍ଦ୍ଦଶା

Odisha

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କ ଦୁର୍ଦ୍ଦଶା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କ ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ଗାଁ ଦାଣ୍ଡରେ ଘଣ୍ଟା ପିଟା । ଇଏ କୌଣସି ପୂଜା ପାର୍ବଣ ବା ମେଳା ପାଇଁ ନୁହେଁ । ଏ ଡେଙ୍ଗୁରା ମରୁଡ଼ି ପାଇଁ। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ବର୍ଷା ଅଭାବ ସାଙ୍ଗକୁ ନାହିଁ ଜଳସେଚନ ସୁବିଧା। ଫଳରେ ଅଞ୍ଚଳର ଚାଷୀଙ୍କ ପାଇଁ ଏଥର ଆସିଛି ଦୁର୍ଦ୍ଦିନ। ଉଜୁଡ଼ି ଯାଇଛି ଫସଲ। ଯେଉଁ ସମୟରେ ବିଲରେ ସୁନା ଧାନ ଲହରୀ ମାରିବା କଥା ସେ ସମୟରେ ଉଜୁଡ଼ା ଫସଲ ଦେଖି ଚାଷୀଙ୍କ ଛାତି ଫାଟି ଯାଉଛି ।

ଅଧିକାଂଶ ଜମିରେ ଫସଲ ପୁରା ଶୁଖି ଯାଇଛି। ଯେଉଁ କେତେକ ଜମିରେ କିଛି ଧାନ ଗଛ ବଞ୍ଚିଛି ସେଠି କେଣ୍ଡାଏ ବି ଧାନ ନାହିଁ। ବାଧ୍ୟ ହୋଇ ଧାନ କ୍ଷେତକୁ ଗୋରୁ ଛାଡ଼ିଦେଲେଣି ଲୋକେ। ସରକାର ନା ଜଳସେଚନ ବ୍ୟବସ୍ଥା କଲେ ନା ମରୁଡ଼ି ସ୍ଥିତି ନେଇ ଅନ୍ନଦାତାଙ୍କ ଦୁଃଖ ଶୁଣିଲେ। ମରୁଡି ଘୋଷଣା ଓ କ୍ଷୟକ୍ଷତିର ଆକଳନ ଲାଗି ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ଫଳରେ ବାଧ୍ୟ ହୋଇ ଘଣ୍ଟା ବାଡ଼େଇ ଆହ୍ବାନ ଦିଆଯାଇଛି। ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।

ଚାଷୀଙ୍କ ସମସ୍ୟା ନେଇ କିଛି ଦିନ ତଳେ ସ୍ବର ଉଠାଇଥିଲା ବିଜେପି। ବ୍ଳକର ମରୁଡି ସ୍ଥିତି ସୃଷ୍ଟି ହୋଇଥିବା ପଂଚାୟତ ଗୁଡିକର ଚାଷ ଜମି ବୁଲି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଦେଖିବା ସହ ବ୍ଳଜକୁ ମରୁଡି ଘୋଷଣା ପାଇ ଦାବି କରିଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା l ହେଲେ ଏଯାଏଁ ସରକାର ଏ ନେଇ କୌଣସି ପଦକ୍ଷେପ ନେଇନାହାନ୍ତି। ଏବେ ବି ଇନ୍ଦ୍ର ଦେବତାଙ୍କ ଭରସାରେ ଓଡ଼ିଶାର ଚାଷୀ। 24 ବର୍ଷର ସ୍ଥିର ସରକାର ପରେ ବି ଜଳସେଚନ ବ୍ୟବସ୍ଥା କରିବାରେ ବିଫଳ ବିଜେଡି ସରକାର। ଯାହା ଫଳରେ ପ୍ରତିବର୍ଷ ଦୁର୍ଦ୍ଦଶା ଭୋଗୁଛନ୍ତି ରାଜ୍ୟର ଚାଷୀକୂଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
The plight of farmers in the Chief Minister's district | Argus English