|
logo
Live

Argus News - ଭକ୍ତଙ୍କ ଆକୁଳ ନିବେଦନ, ଖୋଲିଦିଅ ଚାରିଦ୍ୱାର 

Odisha

ଭକ୍ତଙ୍କ ଆକୁଳ ନିବେଦନ, ଖୋଲିଦିଅ ଚାରିଦ୍ୱାର 

Manini Pattanayak
Browse all articles by Manini Pattanayak
·2 years ago·2 min read
ଭକ୍ତଙ୍କ ଆକୁଳ ନିବେଦନ, ଖୋଲିଦିଅ ଚାରିଦ୍ୱାର 

ପୁରୀ: ଖୋଲିଦିଅ ଚାରିଦ୍ୱାର। ବାରମ୍ବାର ଭକ୍ତଙ୍କ ଆକୁଳ ନିବେଦନ, ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନର ଆନ୍ଦୋଳନ ସତ୍ତ୍ୱେ ଚେତିଲେନି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର।  ଚାରିଦ୍ୱାର ନଖୋଲି ଗୋଟିଏ ଦ୍ୱାର ଅର୍ଥାତ ସିଂହଦ୍ୱାରରେ ଭକ୍ତଙ୍କ ଭିଡ ପ୍ରବଳ ଭିଡ଼ । ଭିଡ଼ ଭିତରେ ଯନ୍ତ୍ରଣା ପାଉଛନ୍ତି ଶ୍ରଦ୍ଧାଳୁ, କିଏ ନିଶ୍ୱାନ ନନେଇପାରି ଅଚେତ ହେଲାଣି ତ ଆଉ କିଏ ଦଳାଚକଟାରେ ଆହାତ। ଭକ୍ତଙ୍କ ଯନ୍ତ୍ରଣା ଖବର ପ୍ରସାରଣ ପରେ ବ୍ୟାରିକେଡ ସମ୍ପ୍ରସାରଣ କରି ମନ ବୁଝାଉଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ଭକ୍ତଙ୍କ ଗୋଟିଏ  ପ୍ରଶ୍ନ କେବେ ଖୋଲିବ ଚାରିଦ୍ୱାର ।  କେବେ ଟିକେ ଶାନ୍ତିରେ କରିବୁ ଜଗା  ଦର୍ଶନ । ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ର ମଧ୍ୟ ସମାନ ପରାମର୍ଶ ଚାରିଦ୍ୱାର ନଖୋଲିଲେ ପରିସ୍ଥିତି ହେବ ଅଣାୟତ।
୨୦୧୯ ରେ ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦ କରି ଗୋଟିଏ ଦ୍ୱାର ଖୋଲିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ। । ନିଷ୍ପତ୍ତିକୁ ପାଳନ କରିବାକୁ ୨୦୨୨ ଫେବୃଆରୀ ୩ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ହୋଇଥିଲା । ଗ୍ରାଉଣ୍ଡର ସ୍ଥିତି କହୁଛି ଗୋଟିଏ ଦ୍ୱାରରେ ଜମୁଛି ଭିଡ଼ । ଭକ୍ତ ହନ୍ତସନ୍ତ,ହାହାକାର। ହେଲେ ନିଷ୍ପତ୍ତିରେ ଅଟଳ ରାଜ୍ୟ ସରକାର  । ଭିଡ଼ ବଢିବା ସାଙ୍ଗକୁ ବଢୁଛି ଭକ୍ତଙ୍କ ଯନ୍ତ୍ରଣା । ସିଂହଦ୍ୱାରର ଅଣ ଓସାରିଆ ବ୍ୟାରିକେଡ ଦଉଛି ଯମ ଯନ୍ତ୍ରଣା । ଘଣ୍ଟା ଘଣ୍ଟାର ପ୍ରତୀକ୍ଷା, ତ୍ରାହି ତ୍ରାହି ଡାକୁଛନ୍ତି ଭକ୍ତ ।

ସିଂହଦ୍ୱାରେ ଭକ୍ତଙ୍କ ଯନ୍ତ୍ରଣାର ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି। ୫୦ ପ୍ଲାଟୁନ ଫୋର୍ସ ମୁତୟନ,ଭଲ୍ୟୁଣ୍ଟିଆର ନିୟୋଜନ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ। ଏମିତିକି ମାର୍କେଟ ଛକ ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡର ସମ୍ପ୍ରସାରଣ କରାଯାଇଛି ।ହେଲେ ବ୍ୟାରିକେଡ ସମ୍ପ୍ରସାରଣରେ ଯନ୍ତ୍ରଣା କମିବା ଜାଗାରେ ବଢିବ ବୋଲି ଚାରିଆଡୁ ମତ ପ୍ରକାଶ ପାଇଛି ।ଯେତେ ବ୍ୟାରିକେଡ ଲମ୍ବୁଛି,ଯନ୍ତ୍ରଣା ସେତେ ବଢୁଛି । ହେଲେ ଚାରିଦ୍ୱାର ଖୋଲିଦେଲେ ଅନ୍ତତଃ ଭକ୍ତ ଭିତର ବେଢାରେ ପାର୍ଶ୍ଵଦେବାଦେବୀଙ୍କ ଦର୍ଶନ କରନ୍ତେ ,ପର୍ଯ୍ୟାୟ ପରେ ପର୍ଯ୍ୟାୟ ସହଜରେ ଭିତରକୁ ଯାଇପାରନ୍ତେ ଭକ୍ତ । ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚାରିଦ୍ୱାର ଖୋଲି ଦର୍ଶନ ସହଜ କରିବାକୁ ନିଜର ମତ ରଖିଛନ୍ତି। ଛତିଶଗଡ଼ ରାଜ୍ୟପାଳ ମଧ୍ୟ ଭକ୍ତଙ୍କ ଏହି  ଅସୁବିଧା କୁ ହୃଦୟଙ୍ଗମ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।ବ୍ୟାରିକେଡ ସମ୍ପ୍ରସାରଣ ସ୍ଥାୟୀ ସମାଧାନ ନୁହେଁ ବରଂ ଚାରିଦ୍ୱାର ଖୋଲିଲେ ହିଁ ଶୃଙ୍ଖଳିତ ହେବ ଦର୍ଶନ। ଏଭଳି ମତ ରଖିଛନ୍ତି ଜଗନ୍ନାଥ ପ୍ରେମୀ । ତେବେ କାହିଁକି ଭକ୍ତଙ୍କ ଭାବାବେଗ ପ୍ରତି ସମ୍ବେଦନହୀନ ସରକାର,ଭକ୍ତ ଓ ଭଗବାନଙ୍କ ସଂମ୍ପର୍କ ଭିତରେ କିଏ ସେ ପ୍ରତିବନ୍ଧକ ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରେମୀ ।

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭକ୍ତଙ୍କ ଆକୁଳ ନିବେଦନ, ଖୋଲିଦିଅ ଚାରିଦ୍ୱାର  | Argus English