|
logo
Live

Argus News -  କେନ୍ଦ୍ରୀୟ ଯୋଜନାରେ ବାଧକ ସାଜିଛି ବିଜେଡି ସରକାର

Odisha

 କେନ୍ଦ୍ରୀୟ ଯୋଜନାରେ ବାଧକ ସାଜିଛି ବିଜେଡି ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
 କେନ୍ଦ୍ରୀୟ ଯୋଜନାରେ ବାଧକ ସାଜିଛି ବିଜେଡି ସରକାର

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ସଂଖ୍ୟା 78 ଲକ୍ଷ 86 ହଜାର 72 । ମୁଖ୍ୟମନ୍ତ୍ରୀ ଘୋଷଣା କଲେ 75 ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । 2021ରେ 53 ଲକ୍ଷ ଚାଷୀଙ୍କୁ ଦେଲେ କାଳିଆ ଟଙ୍କା  ବର୍ତ୍ତମାନ କିନ୍ତୁ ଏ ସଂଖ୍ୟା କମି 44 ଲକ୍ଷରେ ସମୀତି ଅଛି।  ତେବେ ବିଡମ୍ବନା କେନ୍ଦ୍ରକୁ  ପିଏମ କିଷାନ ପାଇଁ ଚାଷୀଙ୍କ ତାଲିକା ଦେଲା ବେଳେ ଦେଇଛନ୍ତି ମାତ୍ର 30 ଲକ୍ଷ।  କାଳିଆ ବନାମ କିଷାନ ବିବାଦ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଏଭଳି ଉତ୍ତର ବଢାଇଛି ରାଜ୍ୟ ସରକାରଙ୍କ ଅଡୁଆ । ବିଜେଡି ସରକାରର କୃଷକ ପ୍ରୀତିକୁ ପଦାରେ ପକାଇ ଦେଇଛି ଲୋକସଭାର ଏ  ଉତ୍ତର ।  କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର କହୁଛି ବର୍ତ୍ତମାନ ରାଜ୍ୟର ମାତ୍ର 30 ଲକ୍ଷ ଚାଷୀଙ୍କୁ ହିଁ ମିଳିପାରୁଛି ପିଏମ କିଷାନ ଟଙ୍କା । ସେହି ଅନୁଯାୟୀ ପାଞ୍ଚ ବର୍ଷ ମଧ୍ୟରେ ବାର୍ଷିକ 6 ହଜାର ହିସାବରେ 9 ହଜାର 202 କୋଟି ଟଙ୍କା ପାଇଛନ୍ତି ଓଡିଶାର ଚାଷୀ । ଏହି ଉତ୍ତର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

ସେପଟେ ପିଏମ କିଷାନ ଯୋଜନା ଲାଗି କେନ୍ଦ୍ର ସରକାର ବାରମ୍ବାର ଚାଷୀଙ୍କ ତାଲିକା ମାଗିବା ପରେ ବି ଏବେ ସୁଦ୍ଧା ରାଜ୍ୟ ସରକାର ସଠିକ ତାଲିକା ଦେଉ ନାହାନ୍ତି କି ଚାଷୀଙ୍କ କେଓ୍ବାଇସି ଅପଡେଟ୍ କରାଉ ନାହାନ୍ତି । ଏପରିକି ଯେତିକି ତାଲିକା ପଠାଇଥିଲେ ତାହା ଭିତରେ ବି ପ୍ରାୟ 9 ହଜାର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା କେନ୍ଦ୍ରକୁ ଦେଇଥିଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୋଳତାଡ ହେବା ପରେ ଏହାର ତଥ୍ୟ ସାମ୍ନାକୁ ଆସିଥିଲା । ତେବେ ଶୁଣନ୍ତୁ ପିଏମ୍ କିଷାନ ଯୋଜନା ପାଇବାରୁ ବଞ୍ଚିତ ହୋଇଥିବା ଚାଷୀ କଣ କହୁଛନ୍ତି।
 ମୋଦୀଙ୍କ ଫୋକସରେ ଚାଷୀ । ତେଣୁ ଚାଷୀଙ୍କୁ କିଭଳି ସ୍ଵବଲମ୍ବୀ କରାଯିବ ଏବଂ ଅର୍ଥନୀତିକୁ କିଭଳି ସଶକ୍ତ କରାଯିବ ସେନେଇ ଅନେକ ଯୋଜନା କରିଛି କେନ୍ଦ୍ର  । ୨୦୨୨-୨୩ କୃଷି ବଜେଟ ବୃଦ୍ଧି କରି ୧ ଲକ୍ଷ ୧୩ ହଜାର ୯୬୦ କୋଟି ଟଙ୍କା କରାଯାଇଛି । ମାତ୍ର ଏପରି ସ୍ଥଳେ କେନ୍ଦ୍ର ଦେଉଥିବା ପିଏମ୍ କିଷାନ ଟଙ୍କାରୁ କାହିଁକି ଓଡିଶାର ଚାଷୀଙ୍କୁ ରାଜ୍ୟ ସରକାର ବଞ୍ଚିତ କରୁଛନ୍ତି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 କେନ୍ଦ୍ରୀୟ ଯୋଜନାରେ ବାଧକ ସାଜିଛି ବିଜେଡି ସରକାର | Argus English