Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟ୍ରକ ଭଡା ବୃଦ୍ଧି ଦାବି ନେଇ ୬ଦିନ ଧରି ଚାଲିଛି ଆନ୍ଦୋଳନ

Odisha

ଟ୍ରକ ଭଡା ବୃଦ୍ଧି ଦାବି ନେଇ ୬ଦିନ ଧରି ଚାଲିଛି ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·2 years ago
ଟ୍ରକ ଭଡା ବୃଦ୍ଧି ଦାବି ନେଇ ୬ଦିନ ଧରି ଚାଲିଛି ଆନ୍ଦୋଳନ

ଅର୍ଗସ ବ୍ୟୁରୋ: ତାଳଚେରରେ ଦୀର୍ଘ ୬ ଦିନ ଧରି ଚାଲିଛି ଟ୍ରକ ଧର୍ମଘଟ । ଟ୍ରକ ଭଡା ବୃଦ୍ଧି ଦାବି ନେଇ ଗତ ୯ ତାରିଖରୁ ଏହି ଆନ୍ଦୋଳନ ଡାକରା ଦେଇଥିଲେ ଟ୍ରକ ମାଲିକ ସଙ୍ଘ । ତାଳଚେର ଓ କଣିହାଁର ସମସ୍ତ କୋଇଲା ଖଣିରୁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିଥିଲା । ତେବେ ପ୍ରଶାସନ ଓ ପ୍ଲାଣ୍ଟ କତ୍ତୃପକ୍ଷଙ୍କ ସହିତ ଟ୍ରକ ମାଲିକ  ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜିଠାରୁ ସମସ୍ତ କୋଇଲା ଖଣିରୁ ଟ୍ରେନ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି ।

ଯେ ପର୍ଯ୍ୟନ୍ତ ଟ୍ରକ ଭଡା ବୃଦ୍ଧିକୁ ନେଇ କୌଣସି ନିଷ୍କର୍ଷ ନ ବାହାରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The movement has been going on for 6 days demanding increase in truck fares | Argus English