|
logo
Live

Argus News - ମାଓବାଦୀଙ୍କ IED ବିସ୍ଫୋରଣରେ ଓଡିଆ ଯବାନ ସହିଦ

Odisha

ମାଓବାଦୀଙ୍କ IED ବିସ୍ଫୋରଣରେ ଓଡିଆ ଯବାନ ସହିଦ

Banajyotshna Ray
Browse all articles by Banajyotshna Ray
·2 years ago
ମାଓବାଦୀଙ୍କ IED ବିସ୍ଫୋରଣରେ ଓଡିଆ ଯବାନ ସହିଦ

ଅର୍ଗସ ବ୍ୟୁରା:  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ଛତିଶଗଡ଼ରେ ମତଦାନ ବେଳେ ହୋଇଥିବା ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ପ୍ରକାଶଚନ୍ଦ୍ର ଶିଅଳ । ତାଙ୍କ ଘର ବାହାନଗା ଗୋପାଳପୁରର ଅଞ୍ଚଳରେ ହୋଇଥିବା ବେଳେ ପୁଅର ସହିଦ ଖବର ପାଇବା ପରେ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ।

ପ୍ରକାଶଙ୍କର ଦୁଇଟି ୫ ବର୍ଷର ଯାଆଁଳା ଶିଶୁପୁତ୍ର ଥିବା ବେଳେ ସେପ୍ଟେମ୍ବର 7 ତାରିଖରେ ଶେଷ ଥର ପାଇଁ ସେ ଘରକୁ ଆସିଥିଲେ । ଆଜି ଜନ୍ମମାଟି ଗୋପାଳପୁରରରେ ହେବ ଶେଷକୃତ୍ୟ । ୨୦୦୬ରୁ BSFରେ ଯୋଗଦେଇ ୧୭ ବର୍ଷ ଧରି ଦେଶ ସେବାରେ ନିୟୋଜିତ ଥିଲେ । ଦେଶ ମାତୃକାର ସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସହିଦ ପ୍ରକାଶଚନ୍ଦ୍ର ଶିଅଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ମାଓବାଦୀଙ୍କ IED ବିସ୍ଫୋରଣରେ ଓଡିଆ ଯବାନ ସହିଦ | Argus English