Videos
|
Odisha

କାଳୀପୂଜାରେ ଅଭାବନୀୟ ଘଟଣା

Manini Pattanayak
Browse all articles by Manini Pattanayak
·2 years ago·1 min read
କାଳୀପୂଜାରେ ଅଭାବନୀୟ ଘଟଣା

ସମ୍ବଲପୁର:  ପବିତ୍ର କାଳୀପୂଜାରେ ଅଭାବନୀୟ ଘଟଣା। କାଳୀମନ୍ଦିରରେ ପଶି ମା’ଙ୍କ ବିଗ୍ରହ ଭାଙ୍ଗିଲେ ଓ ଅଳଙ୍କାର ଏବଂ ଆସବାବପତ୍ର ଲୁଟିନେଲେ ଦୁର୍ବୃତ୍ତ। ସମ୍ବଲପୁର କୁଚିଣ୍ଡା ସାପ୍ତାହିକ ବଜାର ନିକଟରେ ଥିବା କାଳୀ ମନ୍ଦିରରେ ଯୁବକଙ୍କ ଉନ୍ମତକାଣ୍ଡ। ମନ୍ଦିରର ତାଲା ଭାଙ୍ଗି ମାଁ ଙ୍କ ମୂର୍ତ୍ତି ସହ ପାର୍ଶ୍ଵ ଦେବଦେବୀ ଙ୍କ ମୂର୍ତ୍ତି ଭାଙ୍ଗିବା ସହ ଅଳଂକାର ଓ ଆସବାବ ପତ୍ର କୁ ଚୋରି କରିନେଇ ଫେରାର ହୋଇ ଯାଉଥିଲେ। ମନ୍ଦିର ପୂଜକ ପୂଜାର୍ଚ୍ଚନା ସାରି ତାଲା ପକାଇ ଘରକୁ ଆସିଥିଲେ। ରାତ୍ରି ସମୟରେ ମନ୍ଦିରରେ ଜଣେ ଦୁର୍ବୃତ୍ତ ତାଲା ଭାଂଗି ଭିତରେ ପଶିଥିଲା।

ମା' କାଳୀଙ୍କ ଶହେ ବର୍ଷର ପୁରୁଣା ବିଗ୍ରହ ସମେତ ଅନ୍ୟ ବିଗ୍ରହଗୁଡ଼ିକୁ ମଧ୍ୟ ଭାଙ୍ଗିରୁଜି ଚୂରମାର କରି ପକାଇଥିଲା। ଏହା ପରେ ସମସ୍ତ ପୂଜା ସାମଗ୍ରୀକୁ ଏକ କପଡ଼ାରେ ବାନ୍ଧି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଚୋରକୁ ଦେଖି ସ୍ଥାନୀୟ ଲୋକେ କାବୁ କରି ପୁଲିସକୁ  ସୂଚନା ଦେଇଥିଲେ । ଖବର ପାଇ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଅଟକ ରଖିବା ସହିତ ଚୋରି ସାମଗ୍ରୀକୁ ଜବତ କରିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The miscreants broke into the Kalimandir and broke the mother's idol and looted the ornaments and furniture. | Argus English