Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ 

Odisha

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନୁ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲାରେ ପୁଣି ଥରେ ନକ୍ସଲମାନଙ୍କ ଲାଲ୍ ତାଣ୍ଡବ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲାର କୋୟାଲିବେଡା ଅଞ୍ଚଳର ନକ୍ସଲ ମାନେ ଆଜି ଜଙ୍ଗଲ ମଧ୍ୟରେ ଜନଅଦାଲତରେ ପୋଲିସର ସୂଚନାଦାତା ଆରୋପ ଲଗେଇ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ଅମର ସିଂ ଉଇକା I

ନକ୍ସଲମାନେ ହତ୍ୟା କରିବା ପରେ ଘଟଣାସ୍ଥଳରେ ଏକ ବ୍ୟାନର ଲଗାଇ ଚାଲିଯାଇ ଥିଲେ । ଏହି ବ୍ୟାନେରରେ ଅମର ସିଂ ଡିଆରଜି ଯବାନ ମାନଙ୍କୁ ମିଥ୍ୟା ସୂଚନା ଦେଇ ଦୁଇ ଜଣ ଗ୍ରାମବାସିଙ୍କୁ ନକ୍ସଲ କହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତା ସହ ଅମର ସିଂ ଉଇକା କୁ ଜନ ଅଦାଲତ ଲଗାଇ ହତ୍ୟା କରିଥିବା ନକ୍ସଲ ସଂଗଠନର ରାବଘାଟ ଏରିଆ କମିଟି ବ୍ୟାନେର ମାଧ୍ୟମରେ ସ୍ବୀକାର କରିଛନ୍ତି । କାଙ୍କେର ଜିଲ୍ଲା ଏସପି ଦିବ୍ୟାଙ୍ଗ ପଟେଲ ଏହି ଖବର ପାଇବା ପରେ ଘଟଣାସ୍ଥଳକୁ ପୋଲିସ, ସୁରକ୍ଷାବାହିନୀ ଯବାନ ମାନେ ଯାଇ ତଦନୁ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ପୋଲିସ ସୂଚନାଦାତା ସନ୍ଦେହ ରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The mao killed the youth on the suspicion of being a police informer | Argus English