Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଗ୍ରହଣ କଲେ ମହାପ୍ରଭୁ

Odisha

ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଗ୍ରହଣ କଲେ ମହାପ୍ରଭୁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଗ୍ରହଣ କଲେ ମହାପ୍ରଭୁ

ଅର୍ଗସ ବ୍ୟୁରୋ : ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଗ୍ରହଣ କଲେ ମହାପ୍ରଭୁ । ପ୍ରତ୍ୟେକ ଓଡ଼ିଆ ଓ ସନାତନ ବିଶ୍ୱାସୀଙ୍କ  ଆସ୍ଥା ଓ ଇଷ୍ଟ ମହାପ୍ରଭୁଙ୍କୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ଦିଆଯାଇଛି ।ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମହାପ୍ରଭୁଙ୍କୁ ସପରିବାର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ତଥା ସୁଚାରୁ ରୂପେ କରିବା ପାଇଁ ନିମନ୍ତ୍ରଣ ଦିଆଯାଇଛି ।ପାରମ୍ପରିକ ଭାବରେ ନିମନ୍ତ୍ରଣ ପତ୍ର, ସହ ଅକ୍ଷତ,ଗୁଆ,ପାନ ଆଦି ଦିଆଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଛି।ପ୍ରତ୍ୟେକ ଓଡ଼ିଆ ଯେପରି ପ୍ରତିଷ୍ଠା ଉତ୍ସବ ଦିନ ଶୁଦ୍ଧପୂତ ଭାବରେ ଦିନ କାଟିବେ ।

ଅଧିକ ପଢନ୍ତୁ : ଶ୍ରୀରାମ ମନ୍ଦିର ପ୍ରତିଷ୍ଠା , ସମସ୍ତଙ୍କୁ ନିମନ୍ତ୍ରଣ ପାଇଁ ଦ୍ବାର ଦ୍ବାର ବୁଲିବେ ରାମଭକ୍ତ

ନିକଟସ୍ଥ ମନ୍ଦିରରେ କିପରି ସୁନ୍ଦରା କାଣ୍ଡ,ହନୁମାନ ଚାଳିଶା କରିବେ ଏବଂ ୫ଟି ଲେଖାଏଁ ଦୀପ ଜାଳିବେ ସେନେଇ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଯେପରି ଶ୍ରୀରାମ ବନବାସ ସାରି ଫେରିବା ବେଳେ ଦୀପାବଳୀ ମନା ଯାଇଥିଲା ସେଇଭଳି ପ୍ରତ୍ୟେକ ସନାତନୀ ଏହି ଦିନକୁ ଉତ୍ସବ ମୁଖର କରିବା ପାଇଁ ଅନୁରୋଧ କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Lord jagannath accepted the invitation from Ayodhya | Argus English