୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା

ଅର୍ଗସ ବ୍ୟୁରୋ: ୨୦୨୩ ବର୍ଷ ପାଇଁ ପ୍ରକାଶ ପାଇଲା ରାଜ୍ୟପାଳ ପୋଲିସ ପଦକ ତାଲିକା । ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀ ପାଇବେ ସମ୍ମାନଜନକ ରାଜ୍ୟପାଳ ପଦକ। କାଟାଗୋରୀ ୧ ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପାଇବେ ପୋଲିସ ପଦକ। ସେହିଭଳି କ୍ୟାଟାଗୋରୀ ୨ ରେ ଗଞ୍ଜାମ ଏସ୍ପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ପୁରସ୍କାର। କାଟାଗୋରୀ ୩ରେ ବରିଷ୍ଠ ଓପିଏସ ତଥା ବିପିଏସ୍ପିଏ ର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, ଏସପି ମାନସ ଗଡନାୟକ ଏହି ପୁରସ୍କାର ପାଇବେ।
କାଟାଗୋରୀ ୪ ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଇନିଲ ଆନନ୍ଦ, ଗଂଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ , ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ହେମାମାଳିନୀ ନାୟକ ପାଇବେ ପୁରସ୍କାର। କାଟାଗୋରୀ ୫ ରେ ରାଉରକେଲା ଏସଆଇ ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଂଜୟ ପଟ୍ଟନାୟକ ପାଇବେ ପୋଲିସ ପଦକ । କାଟାଗୋରୀ ୬ ରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ୱାଳ ପାଇବେ ସମ୍ମାନଜନକ ପଦକ। କାଟାଗୋରୀ ୭ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀ, ସିପାହୀ ବିଶ୍ୱକର୍ମା ମୁଣ୍ଡା ଓ କେଦାରନାଥ ମିଶ୍ର ପାଇବେ ରାଜ୍ୟପାଳ ପୋଲିସ ପଦକ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର