Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧରାପଡ଼ିଲା ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରିତି

Odisha

ଧରାପଡ଼ିଲା ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରିତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଧରାପଡ଼ିଲା ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରିତି
  • ସମ୍ବେଦନହୀନ ରାଜ୍ୟ ସରକାର
  • ଧରାପଡ଼ିଲା ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରିତି
  • ଆଦିବାସୀ ଝିଅ ଲକ୍ଷ୍ମୀ ମାଝି ପରିବାର ପ୍ରତି ନାହିଁ ସାମାନ୍ୟ ସହାନୁଭୂତି
  • ସମବେଦନା ଜଣାଇବାକୁ ବି ସମୟ ପାଉନାହାନ୍ତି ଆଦିବାସୀ ମନ୍ତ୍ରୀ 
  • ଅଧମାସ ପରେ ବି ଧରାପଡ଼ିଲେନି ଲକ୍ଷ୍ଣୀ ମାଝି ହତ୍ୟାର ଦୋଷୀ
  • ପୁଣି ଲକ୍ଷ୍ମୀଙ୍କ ବାପା ଦୋହରାଇଲେ  ସିବିଆଇ ତଦନ୍ତ ଦାବି 

ଅର୍ଗସ ବ୍ୟୁରୋ:  ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କର ନାହିଁ ପୀଡ଼ିତ ଆଦିବାସୀ ପରିବାର ପ୍ରତି ସହାନୁଭୁତି। ମନ୍ତ୍ରୀ ଜଗନ୍ନାଥ ସାରକା ସଭା ସମିତି କରୁଛନ୍ତି, ଦଳୀୟ କାମ କରୁଛନ୍ତି, ବାହାଘର ପାର୍ଟିକୁ ଯାଉଛନ୍ତି କିନ୍ତୁ ହତ୍ୟାର ଶୀକାର ଦିବ୍ୟାଙ୍ଗ ଆଦିବାସୀ ଝିଅ ଲକ୍ଷ୍ମୀ ମାଝିଙ୍କ ପରିବାରକୁ ଭେଟି ସାମାନ୍ୟ ସମବେଦନା ଜଣାଇବାକୁ ବି ତାଙ୍କ ପାଖରେ ସମୟ ନାହିଁ। ମନ୍ତ୍ରୀ ଭାବେ ନହେଲା ନାହିଁ କମସେ କମ୍ ସ୍ଥାନୀୟ ବିଧାୟକ ଭାବେତ ବି ଥରେ ଲକ୍ଷ୍ମୀଙ୍କ ପରିବାରକୁ ଭେଟିପାରିଥାଆନ୍ତେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମନ୍ତ୍ରୀ ସାରାକା ଲକ୍ଷ୍ମୀଙ୍କ ବାପାଙ୍କର ପରିଚିତ। ନା ସ୍ଥାନୀୟ ବିଧାୟକ ଭେଟିଲେ। ନା ଶାସକ ଦଳର ଆଉ କେହି ନେତା ସହାନୁଭୁତି ଦେଖାଇଲେ। ଏତେ ସମ୍ବେଦନହୀନ କିପରି ହୋଇପାରୁଛନ୍ତି ବିଜେଡି ସରକାର ?

ସେପଟେ ଲକ୍ଷ୍ମୀଙ୍କ ମୃତ୍ୟକୁ 15 ଦିନ ବିତିଥିଲେ ବି ଆଜି ଯାଏ ଦୋଷୀଙ୍କୁ ଧରିପାରିଲାନି କ୍ରାଇମବ୍ରାଞ୍ଚ। ଏପରିକି ଆଜି ଯାଏ ପରିବାରକୁ ଶବ ଵ୍ୟଵଛେଦ ରିପୋର୍ଟ ମଧ୍ୟ ଦେଉନାହିଁ ପୋଲିସ। ଲକ୍ଷ୍ମୀ ଯେଉଁ ମା ଗୃହରେ କାମ କରୁଥିଲେ ତାର ଡ଼ାଇରେକ୍ଟର ଓ କାର୍ଯ୍ୟରତ ଡାକ୍ତରଙ୍କର ଲକ୍ଷ୍ମୀଙ୍କ ହତ୍ୟା ପଛରେ ହାତ ଥିବା ଅଭିଯୋଗ କରିଆସୁଛନ୍ତି ଲକ୍ଷ୍ମୀଙ୍କ ବାପା। କିନ୍ତୁ ସେମାନଙ୍କୁ ଆଜିଯାଏ ଡାକି ପରଚାଉରଚା ବି କଲାନି ତଦନ୍ତକାରୀ ସଂସ୍ଥା। ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ଉପର ଆଉ ଭରସା ନାହିଁ। ପୁଣିଥରେ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ଲକ୍ଷ୍ମୀଙ୍କ ବାପା।

ଜିଲ୍ଲାରେ ଆଦିବାସୀମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୋଧରେ ଶୁକ୍ରବାର ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ଆଦିବାସୀ ମହାସଂଘ। ସକାଳ 6 ରୁ ସନ୍ଧ୍ୟା 6 ଯାଏ ରାୟଗଡା ଜିଲ୍ଲାରେ ସମସ୍ତ ଗାଡି ଚଳାଚଳ ଏବଂ ସରକାରୀ ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛି ସଂଘଡିସେମ୍ବର 21 ତାରିଖରେ ଚନ୍ଦ୍ରପୁର ହସପିଟାଲ ପରିସରରେ ଥିବା ପରିତ୍ୟକ୍ତ ଘରୁ ମିଳିଥିଲା ଲକ୍ଷ୍ମୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ। ଘର ଲୋକଙ୍କ ଅଭିଯୋଗ ଏହା ରେପ ଆଣ୍ଡ ମର୍ଡର। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତରେ ଶିଥିଳତା ଧରାପକାଇ ଦେଇଛି ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରୀତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus Whatsapp Channel Mobile Top
Sponsored
The lies of the BJd government have been caught | Argus English