|
logo
Live

Argus News - ରକ୍ତଚାପରେ ବିଜେଡ଼ି ନେତା, ୨୫ ବର୍ଷ ମଧ୍ୟରେ ବି କେବେ ଦେଲେନି ସିଧା ଉତ୍ତର

Odisha

ରକ୍ତଚାପରେ ବିଜେଡ଼ି ନେତା, ୨୫ ବର୍ଷ ମଧ୍ୟରେ ବି କେବେ ଦେଲେନି ସିଧା ଉତ୍ତର

Jitendra Dash
Browse all articles by Jitendra Dash
·2 years ago·2 min read
ରକ୍ତଚାପରେ ବିଜେଡ଼ି ନେତା, ୨୫ ବର୍ଷ ମଧ୍ୟରେ ବି କେବେ ଦେଲେନି ସିଧା ଉତ୍ତର

ଅର୍ଗସ ବ୍ୟୁରୋ : ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କ ଆଖି ଖରାପ ଅଛି ନ ହେଲେ ଚଷମା ଭୁଲ ଅଛି । କ୍ରୀତଦାସ ମାନସିକତା ରଖୁଥିବା ଲୋକମାନେ ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ସେଥପାଇଁ ସେମାନେ ବିଜେପି ପ୍ରଶ୍ନର ଉତ୍ତର ଦେବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।  

ବିଜେଡି ନେତା ୨୫ ବର୍ଷ ମଧ୍ୟରେ କେବେ ବି ବିଜେପିର ପ୍ରଶ୍ନର ସିଧା ଉତ୍ତର ଦେଉନାହାନ୍ତି । ଆଜି ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ସିଧା ଉତ୍ତର ମୁଖ୍ୟମନ୍ତ୍ରୀ, ବିଜେଡି ଦଳ ଦେବାର ସାହାସ ରଖୁନାହାଁନ୍ତି । ରକ୍ତଚାପରେ କିଏ ଅଛନ୍ତି ତାହା ପ୍ରଣବ ପ୍ରକାଶ ଦାସ ନିଜେ ନିଜକୁ ପଚାରିବା ଦରକାର । ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାମାନେ କେଉଁ ଅବସ୍ଥାରେ ଅଛନ୍ତି, ନିଜକୁ ପଚାରି ଆତ୍ମସମୀକ୍ଷା କଲେ ଭଲ ହେବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ୨ ଲକ୍ଷ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜିନିବେଶ କେବଳ ଓଡ଼ିଶାରେ ହୋଇଛି । ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ସହ ଦକ୍ଷତା ବିକାଶ କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି, ଏହା ବିଜେଡି ନେତା ଭଲ ଭାବରେ ଜାଣିଛନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନୁଗୋଳ ଓ ଢେଙ୍କାନାଳ ଗସ୍ତ କରି ଓଡ଼ିଶାର ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ପତ୍ର ଲେଖିଥିଲେ, ଜନସାଧାରଣଙ୍କୁ ତାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ପାଖରୁ ମିଳିନାହିଁ । ଅନୁଗୋଳ ଜିଲ୍ଲାରୁ  ୬୦ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଯାଉଥିବା ବେଳେ ଜିଲ୍ଲାର ବିକାଶ ପାଇଁ କେତେ ଖର୍ଚ୍ଚ ହେଉଛି, ତାହାର ହିସାବ ଦେଲେ ଭଲ ହେବ ।  

ଭୁବନେଶ୍ୱରରେ ବର୍ଷା ଦିନରେ ଡ୍ରେନରେ ପଡି ଶିଶୁର ମୃତ୍ୟୁ ହେଉଛି । ଅଳିଆଗଦାର ପାହାଡର ଦୁର୍ଗନ୍ଧ ଯୋଗୁଁ ଲୋକମାନେ ହନ୍ତସନ୍ତ ହୋଇ ରୋଗରେ ପୀଡିତ ହେଉଛନ୍ତି । ରାଉରକେଲାରେ ହଇଜାରେ ମୃତ୍ୟୁ ହେବା ସହ ଲୋକମାନେ କେଉଁ ଅବସ୍ଥାରେ ଅଛନ୍ତି, ଆପଣମାନେ କେବେ ଭାବିଛନ୍ତି ?  ବିଜେପିର ପ୍ରଶ୍ନର ଉତ୍ତର ନ ରଖି ପ୍ରଶ୍ନ ପଚାରିବା ବିଜେଡିର ଅଭ୍ୟାସଗତ ପରମ୍ପରା । ଶାସକ ଦଳର ଗୁମାସ୍ତାମାନେ ରକ୍ତଚାପ ପରୀକ୍ଷା କରିବା ଦରକାର । କାରଣ ସ୍ୱାସ୍ଥ୍ୟ ଓ ମନ ଭଲ ନ ଥିବା ଭଳି ମନେହେଉଛି  ବୋଲି ଶ୍ରୀ ମହାପାତ୍ର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

Sponsored
ରକ୍ତଚାପରେ ବିଜେଡ଼ି ନେତା, ୨୫ ବର୍ଷ ମଧ୍ୟରେ ବି କେବେ ଦେଲେନି ସିଧା ଉତ୍ତର | Argus English