ଚଢିଗଲା ଆଇରନ ଗାଡି, ଚାଲିଗଲା ଯୁବକଙ୍କ ଜୀବନ
·2 years ago

ମୟୂରଭଞ୍ଜ: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ । ଆଜି ସକାଳ ରାଞ୍ଚି-ବିଜୟଓ୍ବାଡା ୨୨୦ ନମ୍ବର ଜାତୀୟ ରାଜପଥରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଯୁବକ ଶିବ ବଦ୍ରା ସକାଳେ ଵହଳଦା ବାଇପାସ୍ ରାସ୍ତାରେ ପ୍ରାତଃ ଭ୍ରମଣ ସାରି ଫେରୁଥିବା ସମୟରେ ଏକ ଅଜଣା ଆଇରନ ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେରେ ଯୁବକଙ୍କ ମୃତ୍ୟୁ ଘଟିଛି।
ମୃତ ଯୁବକ ଜଣକ ହେଲେ ବହଳଦା ଥାନା ଅଧିନ ଚିରୁଗୋଡା ଗ୍ରାମର ଛୁଟୁ ବାଦ୍ରାଙ୍କ ମଝିଆ ପୁଅ ଶିବ ବଦ୍ରା । ଟ୍ରକଟି ଦୃତ ଗତିରେ ଧକ୍କା ଦେଇ ରାଇରଙ୍ଗପୁର ଆଡ଼କୁ ଖସି ପଳାଇଛି । ବହଳଦା ପୁଲିସ ଖବର ପାଇ ଏକ ଅପମୃତ୍ୟୁ ମାମଲା ୧୪୪/୨୩ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ ରାଇରଙ୍ଗପୁରକୁ ପଠାଯାଇଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: