Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲତଳୁ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Odisha

ପୋଲତଳୁ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Ritu Das
Browse all articles by Ritu Das
·2 years ago·1 min read
ପୋଲତଳୁ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କୋହ୍ଲ ହୁଣ୍ଡୁଳା ଗାଆଁ ନିକଟ ପୋଲ ତଳୁ ଜଣେ ନାବାଳକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ।  ମୃତକ ହେଲେ ଜାମୁକୁଣ୍ଡିଆ ଗାଆଁର ଶୁକଦେବ ଲାଗୁରୀ । ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିଲାବେଳେ, କେହି ତାଙ୍କୁ ପଥରରେ ଛେଚି ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବରପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁଯାୟୀ, ବାପା ମାଆ ଛେଉଣ୍ଡ ୧୫ ବର୍ଷିୟ ଶୁକଦେବ ଟାଟା କମ୍ପାନୀ ଅଧୀନ ଆସପାୟାର ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ମକର ସଂକ୍ରାନ୍ତି ହେତୁ ଗତ ଶନିବାର ସେ ନିଜ ଗାଁକୁ ଆସି ଗତ କାଲି ସନ୍ଧ୍ୟା ୫ଟାରୁ ଘରୁ ବାହାରି ଯାଇଥିଲେ । ତେବେ ଆଜି ବଡ଼ି ଭୋର ସମୟରେ ଗ୍ରାମର ଜଣେ ମହିଳା ଶୌଚ ପାଇଁ ଯାଇଥିବା ସମୟରେ ଗାଁ ନିକଟ ପୋଲ ତଳେ ଶୁକଦେବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ ।  ମୁମୂର୍ଷୁ ଅବସ୍ଥାରେ କିଛି ସମୟ ପଡ଼ି ରହିବା ପରେ ସେ ମୃତ୍ୟୁବରଣ କରିଥିଲେ  । ଏନେଇ ମହିଳା ଜଣକ ଗ୍ରାମବାସୀଙ୍କୁ ଜଣାଇବା ପରେ ଯୋଡ଼ା ପୋଲିସ୍ ମୃତଦେହକୁ ଜବତ୍ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ଏହି ନାବାଳକକୁ ଅମାନୁଷିକ ଭାବରେ ହତ୍ୟାକଲା ସେନେଇ ପୋଲିସ୍ ଛାନଭିନ ଚଳାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The injured | Argus English