Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଂସଦରେ ଉଠିଲା ପାଉଁଶ ପୋଖରୀ ପୋଖରୀ ଭୁଶୁଡ଼ିବା ଘଟଣା

Odisha

ସଂସଦରେ ଉଠିଲା ପାଉଁଶ ପୋଖରୀ ପୋଖରୀ ଭୁଶୁଡ଼ିବା ଘଟଣା

Ritu Das
Browse all articles by Ritu Das
·2 years ago·1 min read
ସଂସଦରେ ଉଠିଲା ପାଉଁଶ ପୋଖରୀ ପୋଖରୀ ଭୁଶୁଡ଼ିବା ଘଟଣା

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ତାପଜ ବିଦ୍ୟୁତ କେନ୍ଦ୍ରର ପାଉଁଶ ପୋଖୋରୀ ଲିକ୍ ଘଟଣା ଆଜି ସଂସଦରେ ଉଠିଛି। ଲୋକସଭାରେ ଯୁକ୍ତି ଉଠାଇଲେ ସାଂସଦ ସୁରେଶ ପୂଜାରୀ । କଣ୍ଟାତିକିରା, ଶର୍ଧାପାଲି ଅଞ୍ଚଳ ସହ ଆଖପାଖ ଅଞ୍ଚଳର 100ରୁ  ଅଧିକ ଚାଷ ଜମି ନଷ୍ଟ ହୋଇଛି। ଏହାସହ ଏହାର ପାଉଁଶ ମହାନଦୀରେ ମିଶିବା ପରେ ଏହା ହୀରାକୁଦରେ  ମିଶିବା ଦ୍ଵାରା ଏହାର ପାଣି ପ୍ରଦୂଷିତ ହୋଇଛି। 3 ଜିଲ୍ଲାର ଲୋକେ ଏହି ପାଣି ପିଉଛନ୍ତି। 

ଜଳଚର ପ୍ରାଣୀଙ୍କ ସହିତ ମଣିଷ ସମସ୍ତେ ଏହା ଦ୍ଵାରା କ୍ଷତିଗ୍ରସ୍ତ ହୋଇଛନ୍ତି।  IIT madras ଏହାର ଡିଜାଇନ୍ କରିଥିବା ବେଳେ କାହିଁକି ବାରମ୍ବାର ଏଭଳି ଦୁର୍ଘଟଣା ହେଉଛି ଏହାର ତଦନ୍ତ ହେବ ଆବଶ୍ୟକ। OPGC ଡିଜାଇନ୍ ଅନୁଯାୟୀ କାର୍ଯ୍ୟ କରିନାହିଁ। ଅତି ନିମ୍ନମାନର କାର୍ଯ୍ୟ କରିଥିବା ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ନିୟମ ଉଲ୍ଲଙ୍ଘନ କରାଯାଇଛି। ପୋଖରୀରେ ଯେତିକି କ୍ଷମତା ତା ଠୁ ଅଧିକ ପାଉଁଶ ପଶିଲା ଯାହା ଫଳରେ ଏପରି ଘଟଣା ଘଟିଲା। ତେବେ ଏହାର ତଦନ୍ତ କେନ୍ଦ୍ର ଜଲଶକ୍ତି, ପରିବେଶ ମନ୍ତ୍ରଣାଳୟ , ଶକ୍ତି ମନ୍ତ୍ରାଳୟ କରନ୍ତୁ। ରାଜ୍ୟ ସରକାରଙ୍କୁ କୈଫୟତ ମଗାଯାଉ। ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ଦିଆଯାଉ ବୋଲି ସୁରେଶ ପୂଜାରୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The incident of ash | Argus English