Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

Odisha

ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

Ritu Das
Browse all articles by Ritu Das
·2 years ago
ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ଅର୍ଗସ ବ୍ୟୁରୋ: ବିଳମ୍ବିତ ରାତ୍ରରେ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର ହୋଇଯାଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ଦାସ ସାହିରେ ସିପୁନୁ ଦାସ ସ୍ତ୍ରୀ ତପସ୍ୱିନୀ ଦାସଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି। ଘର ଠାରୁ ୨୦୦ ମିଟର ଦୂରରେ ତପସ୍ୱିନୀଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ତପସ୍ୱିନୀଙ୍କ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି। 

ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି  ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ସିପନ୍ ଦାସ ୯ ମାସ ତଳେ ମାଦଳ ଗ୍ରାମରେ ପ୍ରେମ ବିବାହ କରିଥିଲେ। ସିପୁନୁ ଦାସ ପୂର୍ବରୁ ବିବାହ କରିଥିବା ବେଳେ ତପସ୍ୱିନୀ ହେଉଛନ୍ତି ତାଙ୍କର ଦିତୀୟ ସ୍ତ୍ରୀ। ତପସ୍ୱିନୀ ଗର୍ଭବତୀ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। 

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The husband | Argus English