|
logo
Live

Argus News - ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଚିନ୍ତାରେ ହାଇକୋର୍ଟ

Odisha

ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଚିନ୍ତାରେ ହାଇକୋର୍ଟ

Jitendra Dash
Browse all articles by Jitendra Dash
·2 years ago
ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଚିନ୍ତାରେ ହାଇକୋର୍ଟ

ଅର୍ଗସ ବ୍ୟୁରୋ : ଅଲିଭ ରିଡ୍‌ଲେ କଇଁଛଙ୍କ ଚଳପ୍ରଚଳ ହେଉଥିବା ସଂପୃକ୍ତ ଅଞ୍ଚଳରେ ଥିବା ମାଛଧରା ବୋଟରେ ଟ୍ରାନ୍ସପୋଣ୍ଡର ଲଗେଇବା ଉପରେ ତଥ୍ୟ ଲୋଡ଼ିଲେ ହାଇକୋର୍ଟ । ଏହାସହ ମେରାଇନ ଥାନାରେ ଖାଲି ପଡିଥିବା ପୋଲିସ କର୍ମଚାରୀଙ୍କ ପଦବୀ ପୂରଣ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଲୋଡ଼ିଛନ୍ତି ହାଇକୋର୍ଟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୋର୍ଟ ଉଭୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଗହୀରମଥା, ଋଷିକୂଲ୍ୟା, ଦେବୀ ନଦୀ ଆଦି ମୁହାଣରେ ମାଛଧରା ଯୋଗୁଁ ଅନେକ ସମୟରେ ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ଯାଉଛି । ଯାହାକୁ ଗୁରୁତ୍ଵ ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ ହାଇକୋର୍ଟ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଚିନ୍ତାରେ ହାଇକୋର୍ଟ | Argus English