|
logo
Live

Argus News - ଘର ବାଡିରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

Odisha

ଘର ବାଡିରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

Smruti Parija
Browse all articles by Smruti Parija
·2 years ago·1 min read
ଘର ବାଡିରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

ବାଲେଶ୍ୱର:  ଘର ବାଡିରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ପୁଅ ବୋହୁ କିରୋସିନ ଢାଳି ଜାଳି ଦେଇଥିବାର ଅଭିଯୋଗ କଲେ ଗ୍ରାମବାସୀ । 

ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ବେଲଦା ଗ୍ରାମରେ ଦେଖିୁବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗ୍ରାମର ଖୁଦିରାମ ବେରାଙ୍କ ସ୍ତ୍ରୀ ମଞ୍ଜୁରାଣୀ ବେରାଙ୍କ ଘର ବାଡିରେ ଅର୍ଦ୍ଧଦଗ୍ଧ ମୃତଦେହ ସକାଳୁ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ବିଳମ୍ବିତ ରାତ୍ରୀରେ ମଞ୍ଜୁରାଣି ବେରାଙ୍କୁ କରୋସିନି ଢାଳି ପୁଅ ବୋହୁ ଜାଳିଦେଇ ଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେପଟେ ନିଜେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ପରିବାର ଲୋକେ ବୟାନ ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏହାସହ ଗ୍ରାମବାସୀଙ୍କ ଅଭିଯୋଗ କଥା ଯେ ପୁଅ ବୋହୁ ମିଶି ନିର୍ଯାତନା ଦେଇ ମା' କୁ ମାରିଦେଇଛନ୍ତି । ଘରେ ସବୁଦିନ କଳହ ଲାଗି ରୁହେ । ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ଘର ବାଡିରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ | Argus English