ଦୁଇ ଶହରୁ ଅଧିକ ଚାଷୀଙ୍କୁ ଭେଟି ଦୁଃଖ ବୁଝିଥିଲେ ଗଭର୍ଣ୍ଣର୍

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳାରେ ଚାଷୀଙ୍କ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ରସୁଲପୁର ବ୍ଲକ କୁଆଖିଆରେ ଦୁଇ ଶହରୁ ଅଧିକ ଚାଷୀଙ୍କୁ ଭେଟି ଦୁଃଖ ବୁଝିଥିଲେ ଗଭର୍ଣ୍ଣର୍ । ଏହି ଅଞ୍ଚଳରେ ଚାଷୀଙ୍କ ଅନେକ ସମସ୍ୟା ରହିଛି । କୃଷିଜାତ ଦ୍ରବ୍ୟର ସଂରକ୍ଷଣ ନିମନ୍ତେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ଏଥିସହ କୃଷି ଅଧିକାରୀଙ୍କୁ ଭେଟି ଚାଷୀଙ୍କ ସମସ୍ୟାକୁ ଗୁରୁତ୍ବ ଦେବାକୁ କହିଛନ୍ତି । ପୂର୍ବରୁ ଭୁବନେଶ୍ବରରେ ଜଳେସଚନ କଥା କହିଥିଲେ ରାଜ୍ୟପାଳ ।
ଯଦି ରାଜ୍ୟ ସରକାର ଜଳସେଚନ ଓ ଶୀତଳ ଭଣ୍ଡାର ପାଇଁ ଦେଇଥିବା ପ୍ରତିଶ୍ରୁପତି ପୂରଣ କରିଥାନ୍ତେ, ତାହେଲେ ଓଡ଼ିଶା ଚାଷୀ ଆଜି ଗରିବ ହୋଇନଥାନ୍ତା । ରାଜ୍ୟପାଳ ବାରମ୍ବାର ଚାଷୀଙ୍କ ସମସ୍ୟା କଥା ଉଠାଉଥିବାବେଳେ କେବେ ଭାଙ୍ଗିବ ରାଜ୍ୟ ସରକାରଙ୍କ ନିଦ । କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଶୀତଳ ଭଣ୍ଡାର ନଥିବା ଯୋଗୁଁ କୋବି ଚାଷ ନଷ୍ଟ ହୋଇଥିବାର ଚିତ୍ର ସାମ୍ନାକୁ ଆସିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: