Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଆ ଭାବଧାରା ଥିଲେ ସରକାର ଶ୍ରୀମନ୍ଦିରକୁ କଳୁଷିତ କରିନଥାନ୍ତେ: ବିଜୟ

Odisha

ଓଡ଼ିଆ ଭାବଧାରା ଥିଲେ ସରକାର ଶ୍ରୀମନ୍ଦିରକୁ କଳୁଷିତ କରିନଥାନ୍ତେ: ବିଜୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡ଼ିଆ ଭାବଧାରା ଥିଲେ ସରକାର ଶ୍ରୀମନ୍ଦିରକୁ କଳୁଷିତ କରିନଥାନ୍ତେ: ବିଜୟ

ଅର୍ଗସ ବ୍ୟୁରୋ:  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ କାମିଆ ଜାନି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। କହିଲେ ଓଡ଼ିଆ ଭାବଧାରା ଥିଲେ ସରକାର ଶ୍ରୀ ମନ୍ଦିରକୁ କଳୁଷିତ କରି ନ ଥାନ୍ତେ। ଶ୍ରୀ ମନ୍ଦିର ମାହାତ୍ମ୍ୟ ନଜାଣି ପର୍ଯ୍ୟାଟନ ସ୍ଥଳୀ ଭଳି ପ୍ରଚାର ପ୍ରସାର କରାଯାଉଛି । କାମିଆ ଜାନି ଗୋ ମାଂସ ଖାଉ ଥିବା ଫଟୋ ଦେଖାଇ ଟାର୍ଗେଟ କଲେ ବିଜୟ । ମହାପ୍ରସାଦ ଚାଓମିନ କି ଚିକେନ ପକୋଡା ନୁହେଁ । ତାହାର ପ୍ରଚାର ପାଇଁ ଗୋ ମାଂସ ଭକ୍ଷଣ କାରୀ ମହିଳାଙ୍କୁ ଆଣିବା କେତେ ଯଥାର୍ଥ ଆପଣ କୁହନ୍ତୁ । ସେପଟେ ପରିକ୍ରମା ପ୍ରକଳ୍ପ ପାଇଁ ଗୁଆ ନିମନ୍ତ୍ରଣ ମଗା ଯାଉଛି ।

ଶ୍ରୀମନ୍ଦିର ଆଗରେ ଶୌଚାଳୟ ଉଦଘାଟନ ପାଇଁ ଗୁଆ ଅରୁଆ ଚାଉଳର ଆବଶ୍ୟକତା ଅଛି କି?ଓଡ଼ିଆଙ୍କ ଭାବା ବେଗ ସରକାର ବୁଝି ନାହାନ୍ତି ବୋଧେ । ଯାହା କଲେ ଲୋକ ବୁଝି ନେବେ ବୋଲି ଭାବିଛନ୍ତି ସରକାର । ବସ ଷ୍ଟାଣ୍ଡ, ରାସ୍ତା ଭଳି ପରିକ୍ରମା ପ୍ରକଳ୍ପ ର ଉଘାଟନ କରାଯାଉଛି । କାରୁ କାର୍ଯ୍ୟ ନ କରି ପାର୍କ ଭଳି ଗଛ ଲଗାଉଛନ୍ତି। ଜଗନ୍ନାଥ କୌଣସି ଦଳ ର ମାସ୍କଟ ନୁହନ୍ତି,ସେ ହେଉଛନ୍ତି ଓଡିଆଙ୍କ ଆରାଧ୍ୟ ଦେବତା । ବିଜେଡି ସରକାର ମହାପ୍ରଭୁ ଙ୍କୁ ବୁଝିଥିଲେ ଟ୍ରକ ପଛରେ ବସି ଭିକାରି କରି ନ ଥାନ୍ତେ। 

ଏହି ଠାକୁର ଲୋକଙ୍କୁ ଖାଇବାକୁ ଦିଏ, ଚାଉଳ ମାଗେନି । ଲୋକଙ୍କ ଚାଉଳ ରେ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି। ବାଚାଳତା ଓ ଦୃଷ୍ଟ ତା ପାଇଁ ଶ୍ରୀ ମନ୍ଦିର ପ୍ରବେଶ ଦ୍ୱାରରେ ନତ ମସ୍ତକ ହୋଇ କ୍ଷମା ମାଗନ୍ତୁ ନବୀନ ପଟ୍ଟନାୟକ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
The government would not have desecrated the temple if it was orthodox: Bijay patnaik | Argus English