Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରକାରୀ ରାଜସ୍ଵ ଗାଁ ଘୁନଘୁଟପାଲି ମଣିଷଶୂନ୍ୟ 

Odisha

ସରକାରୀ ରାଜସ୍ଵ ଗାଁ ଘୁନଘୁଟପାଲି ମଣିଷଶୂନ୍ୟ 

Manini Pattanayak
Browse all articles by Manini Pattanayak
·2 years ago·2 min read
ସରକାରୀ ରାଜସ୍ଵ ଗାଁ ଘୁନଘୁଟପାଲି ମଣିଷଶୂନ୍ୟ 

ଝାରସୁଗୁଡା :  ଚାଳ ଅଛି, କାନ୍ଥ ଅଛି ...ନଇରେ ନା ଅଛି । ହେଲେ ଲୋକ ନାହାନ୍ତି । ଇଏ ଆଜି କି କାଲିର ଦୃଶ୍ୟ ନୁହେଁ ବରଂ 20 ବର୍ଷ ହେଲାଣି ଏମିତି ଚିତ୍ର ଦେଖିବାକୁ ମିଳୁଛି । ହେଲେ ଏ ସବୁ ଦୃଶ୍ୟ ଦେଖିବା ପରେ ଯିଏ ନାହିଁ ସିଏ ଜାଣିପାରୁଥିବେ ଏଇଠି ନିଶ୍ଚୟ ଦିନେ ଜନବସତି ଥିଲା । ହଁ...ଠିକ୍ ଅନୁମାନ କରିପାରୁଛନ୍ତି ଆପଣ । ଥିଲା ହେଲେ ଏବେ କିଛି ନାହିଁ । ଏହା କେବଳ ସମ୍ଭବ ହୋଇପାରିଛି ଏ ଅପାରଗ ନବୀନ ସରକାର ଲାଗି । ନାହିରେ ତେଲ ମାରି ଶୋଇଛନ୍ତି ମୁଖ୍ୟମନ୍ତ୍ରୀ, ଆଉ ଗାଁ ଛାଡି ଚାଲିଯାଉଛନ୍ତି ଲୋକେ ।
ଶହଶହ ଲୋକେ ନିଜ  ଭିଟାମାଟି  ଛାଡି ଦାଦନ ଖଟିବାକୁ ଯାଉଥିବା ନିଶ୍ଚୟ ଶୁଣିଥିବେ। ହେଲେ ଏବେ ଗାଁଟା ଯାକର ଲୋକ ଗାଁ ଛାଡିଦେଲେଣି । ଘର ନଥିଲା କି ରାସ୍ତା ନଥିଲା ।  ମୌଳିକ ସୁବିଧାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ଥିଲେ । ମୌଳିକ ଅଧିକାର ଲାଗି ଲଢେଇ କଲେ, ହେଲେ କିଛି ମିଳିଲାନାହିଁ । ସେଇଥି ଲାଗି ତ ଗାଁ ଛାଡିବାକୁ ବାଧ୍ୟ ହେଲେ । ଜାଣିଆଶ୍ଚର୍ଯ୍ୟ ହେବେ ଇଏ ଗାଁ ହେଉଛି ସରକାରୀ ରାଜସ୍ଵ ଗାଁ । ହେଲେ ବିକାଶ ଏମାନଙ୍କ ଲାଗି ସାତସପନ ହୋଇଛି । ଯାହା ଲାଗି ସେମାନେ ଆଖିର ଲୁହକୁ ଓଠରେ ପିଇ ଗାଁ ଛାଡି ପଳାଇଗଲେ । 

ଆଉ ଏବେ ଏଇଠିକୁ ଯିଏ ଆସୁଛି ସିଏ ଶ୍ମଶାନର ଅନୁଭବ କରୁଛି । ହେଲେ 23 ବର୍ଷର ସ୍ଥିର ସରକାରକୁ ଟିକେ ଲାଜ ନାହିଁ ଆମେ ରାଜସ୍ଵ ବଳକା ରାଜ୍ୟ ବୋଲି ଦର୍ଶାଉଛି । ଏ ବଳକା ରାଜସ୍ଵ ଆମର ହେବ କଣ ? ଲୋକଙ୍କର ଯଦି ବିକାଶ ନହେଉଛି ଯୋଜନା ଥାଇ ଲାଭ କଣ ?

() ଏ ହେଉଛି ଘୁନଘୁଟପାଲି ଗାଁ । ଗାଁରେ ଜଣେ ହେଲେବି ମଣିଷ ନାହାନ୍ତି । ହୀରାକୁଦ ୟାଙ୍କ ଲାଗି କାଳ ହେଲା, ସବୁ ସ୍ଵପ୍ନକୁ ଧୂଳିସାତ କଲା । ବଡ଼ ଦୁଃଖର କଥା ନା ଏମାନଙ୍କୁ ସରକାରୀ ସାହାଯ୍ୟ ମିଳିଲା ନା କେଉଁ ନେତା ଏମାନଙ୍କ କଥା ବୁଝିଲେ ?  20 ବର୍ଷ ପରେ ଗାଁକୁ ଯେବେ ଲୋକ ଯାଆନ୍ତି କେବଳ ଝିଙ୍କାରୀର ଝିଁ ଝିଁ ଶବ୍ଦ ଶୁଣିବା ଛଡା ଆଉ କିଛି ଦେଖିବାକୁ ମିଳେ ନାହିଁ ।
ସରକାରୀ ନିୟମ ଅନୁସାରେ ଯଦି ବିସ୍ଥାପିତ ହେଲେ ଲୋକେ ତେବେ କ୍ଷତିପୂରଣ ମିଳିବ । ହେଲେ ଏ ଗାଁ ଲୋକଙ୍କ ଦୋଷ କଣ ? କାହିଁକି ସେମାନେ ଅବହେଳିତ ରହିବେ ? କେବେ ତାଙ୍କୁ ମିଳିବ କ୍ଷତିପୂରଣ ? ତାହା ତ ସମୟ କହିବ । ହେଲେ ଏ ଅପାରଗ ସରକାରଙ୍କୁ ଏଥିଲାଗି ନିଶ୍ଚୟ ଦାୟୀ କରୁଥିବେ ଏଠିକାର ଲୋକେ ।
ଅଧିକ ଦେଖନ୍ତୁ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
The government revenue village ghunghutpali is deserted | Argus English