ଦାବି ପୁରଣ କରୁନାହାଁନ୍ତି ସରକାର, ଆନ୍ଦୋଳନକୁ ଓହ୍ଲାଇଲା ସଙ୍ଗଠନ
·2 years ago

ଭୁବନେଶ୍ୱର: ଲୋୟର ପିଏମଜିରେ କେନ୍ଦୁପତ୍ର ତୋଳାଳି ସଂଘର ଆନ୍ଦୋଳନ । ମୁଖ୍ୟମନ୍ତ୍ରୀ ଗତ କିଛି ଦିନ ତଳେ ମହାସଂଘର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ ଓ ଦାବି ଗୁଡିକ ଖୁବଶୀଘ୍ର ପୁରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ମୁନସି, ଚପରାସୀ ଓ ଚେକରଙ୍କ କାର୍ଯ୍ୟକାଳ ୩ ମାସ ପରିବର୍ତ୍ତେ ସର୍ବନିମ୍ନ ୬ ମାସକୁ ବୃଦ୍ଧି, ସର୍କଲ ଚେକରଙ୍କ କାର୍ଯ୍ୟକାଳ ୧୨ମାସକୁ ବୃଦ୍ଧି, ବର୍ଦ୍ଧିତ ବଜାର ଦରକୁ ଆଖି ଆଗରେ ରଖି ସମସ୍ତ କର୍ମଚାରୀ ଓ ତୋଳାଳିଙ୍କ ପ୍ରାପ୍ୟ ବୃଦ୍ଧି ଆଦି ଅନେକ ଦାବି ଏଯାଏଁ ପୁରଣ ହୋଇପାରିନି। ତେବେ ଆସନ୍ତା ମାସ ସୁଦ୍ଧା ଦାବି ପୂରଣ ନହେଲେ ସାରା ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: