Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦର୍ପଣଗଡ଼ ଗାଁରେ ମା' କୋଟ୍ରାକ୍ଷୀଙ୍କ ଚାଲିଛି ପ୍ରତିଷ୍ଠା

Odisha

ଦର୍ପଣଗଡ଼ ଗାଁରେ ମା' କୋଟ୍ରାକ୍ଷୀଙ୍କ ଚାଲିଛି ପ୍ରତିଷ୍ଠା

Jitendra Dash
Browse all articles by Jitendra Dash
·2 years ago·1 min read
ଦର୍ପଣଗଡ଼ ଗାଁରେ ମା' କୋଟ୍ରାକ୍ଷୀଙ୍କ ଚାଲିଛି ପ୍ରତିଷ୍ଠା

ଅର୍ଗସ ବ୍ୟୁରୋ : ପୁନଃପ୍ରତିଷ୍ଠା ହେଲା ମା' କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ପ୍ରତିମା । ଦର୍ପଣଗଡ଼ ଗାଁରେ ମା' କୋଟ୍ରାକ୍ଷୀଙ୍କ ପ୍ରତିମା ପ୍ରତିଷ୍ଠା ଚାଲିଛି । ଏହା ପୂର୍ବରୁ ଭୁବନେଶ୍ବର ବିମାନବନ୍ଦରରୁ ଯାଜପୁର ବଡ଼ଚଣା ଥାନାରେ ମାଆଙ୍କ ପ୍ରତିମୂର୍ତ୍ତି ପହଞ୍ଚିବା ପରେ ଶଙ୍ଖ, ହୁଳହୁଳିରେ ମାଆଙ୍କ ସ୍ବାଗତ କରାଯାଇଥିଲା । ଭାବବିହ୍ବଳ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ । 

ଅଧିକ ପଢନ୍ତୁ : ମା' କୋଟ୍ରାକ୍ଷୀଙ୍କ ପ୍ରତିମା ଦେଖି ଭାବବିହ୍ୱଳ ଲୋକେ

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ପ୍ରଶାସନକୁ ମୂର୍ତ୍ତି ହସ୍ତାନ୍ତର କରିଥିଲା କଷ୍ଟମ ବିଭାଗ । ହଂକଂକୁ ଚୋରାଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଥିଲା ମୂର୍ତ୍ତିଟି । ଦୁର୍ଲ୍ଳଭ ପ୍ରତିମା ଫେରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା' କୋଟ୍ରାକ୍ଷୀ ସ୍ଥାନୀୟ ଲୋକଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ବାସର କେନ୍ଦ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଆଙ୍କର ଏହି ଦୁର୍ଲ୍ଳଭ ଅଷ୍ଟଧାତୁ ମୂର୍ତ୍ତିଟି  ୨୦୨୧ ଜାନୁଆରୀରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର ୭ ମାସ ପରେ ଗାଁ ଲୋକେ ମାଆଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ । ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ ।

Sponsored
The establishment of Ma'a Kotrakshi is going on in the village of DarpanGarha | Argus English