|
logo
Live

Argus News - ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ

Odisha

ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ

ବାଲେଶ୍ୱର : ଘର ଉପରେ ମାଡିଗଲା ଡମ୍ଫର । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ଜାମୁଝାଡ଼ି-ଧାମରା ରାସ୍ତାରେ . ଏକ ୧୬ ଚକିଆ ଡମ୍ଫର ନିଜର ଭାରସାମ୍ୟ ହରାଇ ମାଡି ଯାଇଥିବା ବେଳେ ଏକ ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି. ଏଥିସହ ୭ଟି ଗଛ ଉପୁଡିଯାଇଛି ।  ଘଟଣାରେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ଗୁରୁତର ହୋଇଥିବାବେଳେ  ସୂଚନା ମିଳିଛି । ସୂଚନା ମୁତାବକ ପରିବାର ଲୋକଙ୍କର କୌଣସି କ୍ଷତି ହୋଇନାହିଁ ।

ଅଧିକ ପଢନ୍ତୁ : ତୀର୍ଥ କରି ଫେରୁଥିଲେ, ଟ୍ରେନରୁ ଗଳି ପଡିଲେ

ଆଜି ଭୋର ସମୟରେ ଧାମରାରୁ ଏକ ୧୬ଚକିଆ ଡମ୍ପର ଆଇରନ ଅନଲୋଡ଼ କରି ଫେରିବା ସମୟରେ ଜାମୁଝାଡ଼ି ବାଟି ଛକ ନିକଟରେ ଥିବା ସଞ୍ଜୁଲତା ଦାସଙ୍କ ଘର ଉପରେ ମାଡିଯାଇଥିଲା।ଫଳରେ ଘର ଭାଙ୍ଗିବା ସହିତ ଘର ଆଗରେ ଥିବା ନଡ଼ିଆ,ଆମ୍ବ,ଅର୍ଜୁନ ୭ଟି ଗଛ ଉପୁଡି ଯାଇଥିଲା।ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ।ଘଟଣା ସ୍ଥଳରେ ସିମୁଳିଆ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ୫ଘଣ୍ଟା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।ଉକ୍ତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ | Argus English