Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶକୁ ନେଇ ବଢ଼ିବାରେ ଲାଗିଛି ବିବାଦ

Odisha

ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶକୁ ନେଇ ବଢ଼ିବାରେ ଲାଗିଛି ବିବାଦ

Jitendra Dash
Browse all articles by Jitendra Dash
·2 years ago·1 min read
ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶକୁ ନେଇ ବଢ଼ିବାରେ ଲାଗିଛି ବିବାଦ

ଅର୍ଗସ ବ୍ୟୁରୋ : ଲଗାତାର ଦୁଇ ଦିନ ଧରି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ ପ୍ରତ୍ୟାହାର ପାଇଁ ବିରୋଧୀଙ୍କ ଜୋରଦାର ପ୍ରତିବାଦ । ମାତ୍ର ଜିଦରେ ଅଟଳ ସରକାର, ପ୍ରତ୍ୟାହାର ପାଇଁ ଦେଖାଉ ନାହାନ୍ତି ଆଗ୍ରହ । ଯେଉଁଥିପାଇଁ ଅଧ୍ୟାଦେଶ ପ୍ରତ୍ୟାହାର ସହ ଗୃହର ସ୍ଥିତି ବିଷୟରେ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପି । 

ଅଧିକ ପଢନ୍ତୁ : ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ପରେ ବ୍ୟାକଫୁଟରେ ବିଜେଡି ସରକାର

ବିଧାନସଭାରୁ ରାଜଭବନ ଅଭିମୁଖେ ପଦଯାତ୍ରାରେ ଯାଇ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଛି ବିଜେପି ବିଧାୟକ ଦଳ । ପରେ ଅପରାହ୍ନ ଅଧିବେଶନରେ ରାଜସ୍ବ ମନ୍ତ୍ରୀଙ୍କ ଅପରିପକ୍ୱ ଅଧ୍ୟାଦେଶ ବିବୃତିକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଯାହାର ଜବାବ ରଖିଛି ବିଜେଡି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ  ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି  ରାଜ୍ୟବ୍ୟାପୀ ଆନ୍ଦୋଳନର   ଚେତାବନୀ ଦେଇଛି କଂଗ୍ରେସ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏପରି ଅଧ୍ୟାଦେଶକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ । କହିଛନ୍ତି, ରାଜ୍ୟରେ ଆଦିବାସୀ ମାନେ ଅବହେଳିତ । ଆଦିବାସୀଙ୍କୁ ମାନବିକ ଅଧିକାରରୁ ବଞ୍ଚିତ କରା ନ ଯାଉ । ଆଧ୍ୟାଦେଶକୁ ନେଇ ବିବାଦ ବଢି ଚାଲିଥିବା ବେଳେ ଜିଦରେ ଅଟଳ ରହିବା ଏବଂ ତାକୁ ପ୍ରତ୍ୟାହାର ନ କରିବାକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଉଠିଛି ପ୍ରଶ୍ନ । 

Sponsored
The dispute over the tribal land transfer ordinance continues to grow | Argus English