Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କଲେ ପ୍ରତିନିଧି ଦଳ

Odisha

ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କଲେ ପ୍ରତିନିଧି ଦଳ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କଲେ ପ୍ରତିନିଧି ଦଳ

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ପୁରୀର ସାତସାହି 42 କନ୍ଦିର ପ୍ରତିନିଧି ଦଳ ଓ ଅନ୍ୟମାନେ। ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ଶହଶହ ପୁରୀବାସୀଙ୍କ ସମେତ ବଡଦାଣ୍ଡ ବଡବଜାର ଉଠାଦୋକାନୀମାନେ ପ୍ରକଳ୍ପ କାର୍ଯ୍ୟକୁ ବୁଲି ଦେଖିବା ସହ ସରକାରଙ୍କ ଆଗରେ ତିନୋଟି ଦାବି ରଖିଛନ୍ତି।  ଭକ୍ତଙ୍କ ସୁବିଧା ନିମନ୍ତେ ମରଚିକୋଟ ଛକଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ଥଇଥାନ୍ ଓ ପରେ ଉଚ୍ଛେଦ କରାଯାଉ ବୋଲି ଜଗନ୍ନାଥ ସେନା ଆବାହକ କହିଛନ୍ତି।

ସେହିଭଳି ଭକ୍ତମାନଙ୍କ ପାଇଁ ଚାରିଦୁଆର ଯଥାଶୀଘ୍ର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତିମଣତି କରିବାକୁ ମଧ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଆସନ୍ତା ଜାନୁୟାରୀ 17 ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ପ୍ରତିଷ୍ଠା ଦିବସ ହେବାକୁ ଥିବାବେଳେ ଯଦି ଜାନୁଆରୀ 1ରୁ 3 ତାରିଖ ମଧ୍ୟରେ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତିମଣତି ସହ ଚାରିଦୁଆର ନଖୋଲେ ତେବେ ଆସନ୍ତା 17 ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ସେନାର ଆବାହକ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The delegation reviewed the project work of pilgrims of the temple | Argus English