Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ରାୟ ଶୁଣାଇବେ ସାଲେପୁର ଏସଡିଜେଏମଙ୍କ କୋର୍ଟ 

Odisha

ଆଜି ରାୟ ଶୁଣାଇବେ ସାଲେପୁର ଏସଡିଜେଏମଙ୍କ କୋର୍ଟ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ରାୟ ଶୁଣାଇବେ ସାଲେପୁର ଏସଡିଜେଏମଙ୍କ କୋର୍ଟ 

 କଟକ: ମାହାଙ୍ଗା ଡବଲ ମର୍ଡର କେସରେ ଆଜି ରାୟ ଶୁଣାଇବେ ସାଲେପୁର ଏସଡିଜେଏମଙ୍କ କୋର୍ଟ। ଗତକାଲି ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। କୋର୍ଟରରେ ହାଜର ନ ହୋଇ ଓକିଲଙ୍କ ମାଧ୍ୟମରେ 2 ସପ୍ତାହର ସମୟ ମାଗିଛନ୍ତି ପ୍ରତାପ । ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲରେ ପ୍ରତାପଙ୍କ ଚିକିତ୍ସା ଚାଲିଥିବା କୁହାଯାଇଛି। ଏବେ କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ମାହାଙ୍ଗା ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଭାଗ୍ୟ ।  ମାହାଙ୍ଗା ଡବଲ ମର୍ଡର କେସରେ କୋର୍ଟରେ ହାଜର ହେବାକୁ  ପୂର୍ବତନ ଆଇନମନ୍ତ୍ରୀଙ୍କୁ ସମନ ଜାରି କରିଥିଲେ କୋର୍ଟ।

ବଡ ପ୍ରଶ୍ନ, କଣ ହୋଇଛି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କର ?   ସତରେ ଅସୁସ୍ଥ ନା କୋର୍ଟରେ ହାଜର ନ ହେବା ପାଇଁ ବାହାନା ? ମାହାଙ୍ଗା ଡବଲ ମର୍ଡର କେସରେ ମୁଦାଲା ନମ୍ବର 13 ଥିଲେ ସେତେବେଳର ଆଇନ ମନ୍ତ୍ରୀ ପ୍ରତାପ ଜେନା, ପ୍ରଥମେ ମାହାଙ୍ଗା ପୋଲିସ ଚାର୍ଜସିଟରୁ କାଟିଦେଇଥିଲା ପ୍ରତାପଙ୍କ ନାଁ, ପ୍ରୋଟେଷ୍ଟ ପିଟିସନ ଫାଇଲ କରିଥିଲେ ମୃତ କୁଳମଣି ବରାଳଙ୍କ ପରିବାର। କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଲଗାଇଥିଲେ ଦଫା 302, 506 ଓ 120 B ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The court of Salepur SDJM will pronounce the verdict in the Mahanga double murder case today | Argus English