ଓଡ଼ିଆ ଯବାନ ସହିଦ, ଗାଁରେ ଶୋକାକୁଳ ପରିବେଶ
·2 years ago

ଅର୍ଗସ ବ୍ୟୁରୋ: ଦେଶ ହରାଇଲା ବୀର ଯବାନଙ୍କୁ । ଓଡ଼ିଆ ଯବାନ ସହିଦ। ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ବିଏସଏଫ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ରାତି ୮ଟାରେ ଘଟିଥିଲା ଅଘଟଣ । ଯବାନଙ୍କ ସହିଦ ଖବର ମିଳିବା ପରେ ଗାଁରେ ଶୋକାକୁଳ ପରିବେଶ । ଗୋପ ମଲ୍ଲ ଗାଁରେ ସମସ୍ତେ ସ୍ତବ୍ଧ ।
ସେପଟେ ସହିଦ ପ୍ରତାପଙ୍କ ପରିବାର ଅଭିଯୋଗ କରିଛନ୍ତି, ପ୍ରତାପଙ୍କୁ ବାଲାଂଦେଶୀ ମାଫିଆମାନେ ହତ୍ୟା କରିଛନ୍ତି । ପ୍ରତାପ କିଛି ଦିନ ତଳେ ବାଲାଂଦେଶୀ ଗୋରୁ ଗାଡ଼ି ସିଜ୍ କରିଥିଲେ । ଏଥିରେ ପ୍ରତି ହିଂସାପରୟଣ ହୋଇ ବାଲାଂଦେଶୀ ମଫିଆ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: