|
logo
Live

Argus News - “ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ

Odisha

“ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ

Jitendra Dash
Browse all articles by Jitendra Dash
·2 years ago·1 min read
“ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି “ନୂତନ ଜାମ୍ମୁ-କାଶ୍ମୀର” ଗଠନ ପାଇଁ କଟିବଦ୍ଧ ଅଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଏବଂ ୩୫(କ)କୁ ଉଚ୍ଛେଦର ସଂସଦର ନିଷ୍ପତିକୁ ସଂପୂର୍ଣ୍ଣ ବୈଧ ବୋଲି କହିଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରକୁ ଦେଶର ମୁଖ୍ୟ ବିଚାରଧାରା ସହ ଯୋଡିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟବାସୀଙ୍କ ତରଫରୁ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର
 
ଜାମ୍ମୁ ଓ କାଶ୍ମୀରରୁ ଉଚ୍ଛେଦ ଧାରା ୩୭୦ ବର୍ତମାନ ଇତିହାସ ପାଲଟିଛି । ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତିକୁ ସଠିକ୍ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ କରିଛନ୍ତି । “ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ । ଆଜିର ଏହି ଐତିହାସିକ ନିଷ୍ପତି କେବଳ ଏବଂ ନ୍ୟାୟିକ ନିଷ୍ପତି ନୁହେଁ । ଏହା ନିଶ୍ଚିତଭାବେ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି, ମଜଭୁତ ଏକଜୁଟ ଭାରତ ବର୍ଷର ନିର୍ମାଣର ସାମୁହିକ ସଂକଳ୍ପର ପ୍ରମାଣ ବୋଲି ଶ୍ରୀ ସାମଲ କହିଛନ୍ତି ।

ଆଜିର ଏହି ଐତିହାସିକ ରାୟ ସ୍ପଷ୍ଟ କରିଛି ଯେ, ଜାମ୍ମୁ-କାଶ୍ମୀର ଭାରତବର୍ଷର ଅଭିନ୍ନ ଅଙ୍ଗ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀର ଓ ଲଦାଖରେ ସ୍ଥାୟୀ ପ୍ରତିଷ୍ଠା ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
“ଏକ ଭାରତ ଶ୍ରେଷ୍ଠ ଭାରତ” ମୋଦିଜୀଙ୍କ ବିଚାରଧାରାର ମୂଳଭାବ | Argus English