|
logo
Live

Argus News - ଅଦାଲତ ଅବମାନନା ମାମଲାରେ ହାଜର ହେବେ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ  

Odisha

ଅଦାଲତ ଅବମାନନା ମାମଲାରେ ହାଜର ହେବେ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଅଦାଲତ ଅବମାନନା ମାମଲାରେ ହାଜର ହେବେ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ  

କଟକ:  ଆଜି ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବେ ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ପଦ ପୂରଣ ସମ୍ପର୍କିତ ଅଦାଲତ ଅବମାନନା ମାମଲାରେ ହାଜର ହେବେ ସ୍ଵତନ୍ତ୍ର ସଚିବ। ଆଜି ସକାଳ ୧୦.୩୦ ସମୟରେ ସେ ହାଜର ହେବେ। କର୍କଟ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ଅନ୍ୟାଦେଶ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ୨୦୨୩ରେ ସେପ୍ଟେମ୍ଵର ୨୦ ସ୍ଵତନ୍ତ୍ର ସଚିବଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହା ଅଦାଲତ ଅବମାନନା ବୋଲି ହାଇକୋର୍ଟ କହିଛନ୍ତି।

କର୍କଟ କେନ୍ଦ୍ରରେ ନିୟମିତ ନିର୍ଦ୍ଦେଶକ ପଦ ପୂରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦୁଇ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବା ନେଇ ଚଳିତ ବର୍ଷ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ହେଲେ ସ୍ବାସ୍ଥ୍ୟ ବିଭାଗ ନିୟମିତ ନିର୍ଦ୍ଦେଶକ ପଦ ପୂରଣ ନକରି ପୂର୍ବରୁ ଥିବା ଡାକ୍ତର ଷଡଙ୍ଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିବାରୁ ଏହା ଅଦାଲତ ଅବମାନନା ବୋଲି ହାଇକୋର୍ଟ କହିବା ସହ ସ୍ଵତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅଦାଲତ ଅବମାନନା ମାମଲାରେ ହାଜର ହେବେ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ   | Argus English