Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜନୈତିକ ଆବଶ୍ୟକତା ପୂରଣ କରୁଥିବା ଦାଗୀ ନେତାଙ୍କୁ କୋଳେଇଛନ୍ତି ମୁଖ୍ୟମନ୍ତ୍ରୀ

Odisha

ରାଜନୈତିକ ଆବଶ୍ୟକତା ପୂରଣ କରୁଥିବା ଦାଗୀ ନେତାଙ୍କୁ କୋଳେଇଛନ୍ତି ମୁଖ୍ୟମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·3 min read
ରାଜନୈତିକ ଆବଶ୍ୟକତା ପୂରଣ କରୁଥିବା ଦାଗୀ ନେତାଙ୍କୁ କୋଳେଇଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ଓ କାର୍ଯ୍ୟକର୍ତାମାନେ ରାଜ୍ୟରେ ଘଟିଯାଉଥିବା ଅନେକ ଅପରାଧ, ଦୁଷ୍କର୍ମ, ଗଣଦୁଷ୍କର୍ମ, ଦୁର୍ନୀତି, ବ୍ୟଭିଚାରରେ ସଂପୃକ୍ତ । ରାଜନୈତିକ ଆବଶ୍ୟକତା ପୂରଣ କରୁଥିବା ଏଭଳି ଦାଗୀ ନେତାଙ୍କୁ କୋଳେଇ ରଖିଛି ବିଜୁ ଜନତା ଦଳ ଏବଂ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଶାସନରେ ବହୁ ଦାଗୀ ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଇଥିବାର ଅନେକ ଉଦାହରଣ ରହିଛି । ବର୍ତମାନ ଆଉ ଏକ ଅଧ୍ୟାୟ ଯୋଡି ହୋଇଯାଇଛି । ବହୁଚର୍ଚ୍ଚିତ କେନ୍ଦ୍ରାପଡା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ହେବା ଏବଂ ଏଥିରେ ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତିକୁ ରଫାଦଫା କରାଯିବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

କେନ୍ଦ୍ରାପଡାରେ ଜଣେ ଛାତ୍ରୀଙ୍କୁ ଗତ ୧୭ ଅକ୍ଟୋବରରେ ନିଶା ଦେଇ ଉଠାଇ ଆଣି କଟକରେ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ଘନିଷ୍ଠ ସହଯୋଗୀ ଆଠଗଡର ସୂର୍ଯ୍ୟକାନ୍ତ ସାହୁ, କଟକ ଲାଲବାଗ ଅଂଚଳର ସତ୍ୟରଞ୍ଜନ ସାହୁ ଏବଂ କଟକ ସିଡିଏ ସ୍ଥିତ ଓୟୋ ହୋଟେଲ ମ୍ୟାନେଜର ରଞ୍ଜିତ ସ୍ୱାଇଁ ଗିରଫ ହୋଇଥିଲେ ବି ଏଯାଏଁ ହୋଟେଲ ମାଲିକ ଗିରଫ ହୋଇନାହାନ୍ତି କି ହୋଟେଲ ସିଲ୍ କରାଗଲା ନାହିଁ । ଏହି ହୋଟେଲରେ ଗଣଦୁର୍ଷ୍କମ ହୋଇଥିବା ସତ୍ୱେ କମିଶନରେଟ୍ ପୋଲିସ ହୋଟେଲକୁ କାହିଁକି ସିଲ୍ ନକରି ପ୍ରମାଣ ନଷ୍ଟ କରୁଛି ଏବଂ କାହା କଥାରେ କାହାକୁ ସୁରକ୍ଷା ଦେଉଛି ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଛାତ୍ରୀ ପଢୁଥିବା କେନ୍ଦ୍ରାପଡା ଜିଲ୍ଲା କୋରୁଆର କୁଦାନଗରୀ କଲେଜର ଅଧ୍ୟାପକ ରମାକାନ୍ତ ପାଣିଙ୍କ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହ ନିବିଡ ସମ୍ପର୍କ ରହିଛି । ରମାକାନ୍ତଙ୍କ ଧର୍ମପତ୍ନୀ ବିଜେଡି ମହିଳାମୋର୍ଚ୍ଚାର ସାଧାରଣ ସମ୍ପାଦିକା । ଗଣଦୁଷ୍କର୍ମ ଘଟଣାର ମାମଲା ଥାନାରେ ରୁଜୁ ନହେଉଣୁ ରମାକାନ୍ତ ପାଣି ଆଗୁଆ ଥାନା, ହସ୍ପିଟାଲରେ ପହଂଚିଥିଲେ । ଏପରିକି କେସ୍‌କୁ ରଫାଦଫା କରାଯାଉ ବୋଲି ରମାକାନ୍ତଙ୍କ ଭୂମିକା ଥିବା ପୀଡିତାଙ୍କ ବାପା କହୁଛନ୍ତି । ଏଥିରୁ ସ୍ପଷ୍ଟ ଯେ, କେନ୍ଦ୍ରାପଡାର ଗଣଦୁଷ୍କର୍ମ ଘଟାଇଥିବା ବ୍ୟକ୍ତିଙ୍କୁ ବିଜୁ ଜନତା ଦଳ ସୁରକ୍ଷା ହେଉଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

ବିଜେଡି ଶାସନରେ କ୍ରାଇମ କ୍ୟାପିଟାଲ ହୋଇଛି ଓଡ଼ିଶା ।  “ବିଜୁ ଜନତା ଦଳ ଯେଉଁଠି, ଦୁଷ୍କର୍ମ ସେଇଠି” । ୨୩ ବର୍ଷ ଶାସନରେ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଯାହା ଦେଇଛନ୍ତି ତାହାକୁ ଭାରତୀୟ ଜନତା ପାର୍ଟି ଭତ୍ସନା କରୁଛି । ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ୨୦୦୯ ମସିହାରୁ ମାହାଙ୍ଗା ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି । ଶାନ୍ତିପୂର୍ଣ୍ଣ ଅଂଚଳ ଭାବେ ପରିଚିତ ଥିବା ମାହାଙ୍ଗା ଅଂଚଳରେ ୨୦୦୯ ପରବର୍ତୀ ୫ରୁ ଉର୍ଦ୍ଧ୍ୱ ରାଜନୈତିକ ହତ୍ୟା ଘଟିଯାଇଛି ଏବଂ ସମସ୍ତ ଘଟଣାରେ ଶ୍ରୀ ଜେନାଙ୍କ ସୃଂକ୍ତି ରହିଛି । ୨୦୧୪ରେ ବାଜପୁରାର ଦୀପ୍ତିକାନ୍ତ ସାହୁ ହତ୍ୟାକାଣ୍ଡ, ୨୦୧୮ରେ ନୃର୍ତାଙ୍ଗର ବିକାଶ ଜେନାଙ୍କ ହତ୍ୟାକାଣ୍ଡ, ୨୦୨୧ ଜାନୁୟାରୀ ୨ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମହାଦୁର୍ନୀତିର ଖୁଲାସା କରିବାରୁ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ, ଏହି ଘଟଣାର ମୁଖ୍ୟ ସାକ୍ଷୀ ପ୍ରଫୁଲ ସ୍ୱାଇଁ(କାବୁଆ) ମଧ୍ୟ ଶ୍ରୀ ଜେନାଙ୍କ ମାଲିକାନାରେ ଥିବା ଦୁଃଶାସନ ଜେନା ଷ୍ଟଗ ୟାର୍ଡ ପାଖରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୧୩ତମ ମୁଦାଲା ଭାବେ ବିଧାୟକ ଶ୍ରୀ ଜେନାଙ୍କ ନାମ ରହିଛି । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ମିଛ କହୁଥିବା ଏବଂ ୫-୫ଟି ହତ୍ୟାରେ ସଂପୃକ୍ତ ଥିବା ଓ ୩୦୨/୫୦୬/୧୨୦ବି ଭଳି ସଂଗୀନ ଦଫା ଲାଗିଥିବା ବିଧାୟକ ଶ୍ରୀ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲାର ସାଂଗଠନିକ ଦାୟୀତ୍ୱ ନ୍ୟସ୍ତ କରିଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନତାଙ୍କ ବିଶ୍ୱାସ ପ୍ରତି କୁଟାରାଘାତ । ବିଜେଡି ସର୍ବଦା ଦୁଷ୍କର୍ମ, ଅପରାଧୀ, ବ୍ୟଭିଚାରୀଙ୍କ ସହ ଅଛି । ବିଭିନ୍ନ ଅପରାଧିକ ଘଟଣାରେ ସଂପୃକ୍ତ ଶାସକ ବିଜେଡିର ଅରୁଣ ସାହୁ, ଦିବ୍ୟଶଂକର ମିଶ୍ର, ବିଜୟ ଶଂକର ଦାସ, ସମୀର ଦାସ, ପ୍ରତାପ ଜେନାଙ୍କୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ବିକ୍ଷୋଭ ଓ ଆନ୍ଦୋଳନରେ ବିଜେପି ଏ କଥା ଲୋକଙ୍କ ପାଖରେ ପହଂଚାଇବ । ଆଗାମୀ ନିର୍ବାଚନରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ଡ.ଲେଖାଶ୍ରୀ କରିଛନ୍ତି ।  

Sponsored
The Chief Minister has embraced the leaders who fulfill the political needs | Argus English