Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର: ସ୍ତ୍ରୀ ମୃତ

Odisha

ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର: ସ୍ତ୍ରୀ ମୃତ

Ritu Das
Browse all articles by Ritu Das
·2 years ago·1 min read
ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର: ସ୍ତ୍ରୀ ମୃତ

ଅର୍ଗସ ବ୍ୟୁରୋ: ମଦ୍ୟପ କାର ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ । ବ୍ୟାକ ଗିୟର ପକାଇ ନେଇଗଲା ଜୀବନ ।  ରାଜଧାନୀ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଏଘଟଣ। ଦୀପ ଓ କାଉଁରିଆ କାଠି ବିକ୍ରି କରିବାକୁ ଦିଗପହଣ୍ଡିରୁ ଆସିଥିବା ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ କାର ଚଢ଼ିଯାଇଛି। ଘଟଣାସ୍ଥଳରେ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସ୍ବାମୀ ଗୁରୁତର ଅଛନ୍ତି।

ଅଧିକ ପଢନ୍ତୁ: ରାଜଧାନୀ ଗାନ୍ଧି ମାର୍ଗରେ ସଡ଼କ ଦୁର୍ଘଟଣା, ଡ୍ରାଇଭର ଆହତ

ଦୁର୍ଘଟଣା ପରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମ୍ସ ହସ୍ପିଟାଲ ନିଆଯାଇଥିଲା । ମୃତକଙ୍କ ପରିଚୟ ଜାଣିବା ପାଇଁ ଦିଗପହଣ୍ଡି ପୋଲିସ ସହ ଯୋଗାଯୋଗ କରିଛି ଲିଙ୍ଗରାଜ ଥାନା । ପୋଲିସ ଗାଡିଟିକୁ ସିଜ କରିଛି । ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଛି । ଗାଡିଟି ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୌତମ ମିଶ୍ର ଙ୍କ ନାମରେ ଥିବା ବେଳେ ତାଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପରାଧ ଖବର ଆହୁରି ପଢନ୍ତୁ

Sponsored
The car ran over the | Argus English