Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଲା କାର, ଜଣେ ମୃତ

Odisha

ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଲା କାର, ଜଣେ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଲା କାର, ଜଣେ ମୃତ

କେଉଁଝର : ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ହସନପୁର ଟୋଲ୍ ଗେଟ୍ ନିକଟରେ ଭାରସାମ୍ଯ ହରାଇ ଓଲଟିଲା କାର୍,  ଜଣେ ମୃତ,  ଜଣେ ଆହତ l ମୃତକ ଘଟଗାଁ  ଅଞ୍ଚଳର ଅଜୟ ସାହୁ ଓ ଆାହତ ଘଷିପୁରା ଥାନା କଇନିପୁରା ଗାଁ ର କୁଳମଣି ସାହୁ । ଉଭୟ ଟ୍ରକ୍  ମାଲିକ ହୋଇଥିବାରୁ ନିଜ କାର ଯୋଗେ ଗତକାଲି ପାରାଦ୍ଵୀପ ପୋର୍ଟ ଯାଇଥିଲେ । ଫେରିବା ସମୟରେ ଆଜି ଭୋର୍ ସମୟରେ  ଆଖି ଲାଗିଯିବାରୁ ହସନପୁର ଟୋଲ ଗେଟ ପୂର୍ବରୁ କିଛିଦୂରରେ କାରଟି ଡିଭାଇଡରକୁ ଧକ୍କାଦେଇ ଓଲଟି ପଡିଥିଲା । କାର ଚଳାଉଥିବା ଅଜୟଙ୍କ ଘଟଣା ସ୍ଥଳରେ ମୃତ୍ଯୁ ହୋଇଥିବା କୁହାଯାଉଛି ।

ଅଧିକ ପଢନ୍ତୁ : ଘାଟିରେ ଓଲଟିଲା ଭ୍ୟାନ, ୨୧ ଛାତ୍ର ଆହତ

କୁଳମଣୀଙ୍କୁୁ ଆହତ ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସାପରେ ଘରକୁ ନିଆଯାଇଛି । ଉଭୟ କେନ୍ଦୁଝର ଜିଲ୍ଲା  ଟ୍ରକ୍ ମାଲିକ ସଂଘର Executiv Body Member  ରହିଥିବାରୁ ଖବରପାଇ ଟ୍ରକ୍ ମାଲିକ ସଂଘ ର ସଭାପତି ଙ୍କ ସମେତ ଅନେକ କର୍ମକର୍ତା  ଓ ସଦସ୍ଯ ଙ୍କ ଭିଡ ଡାକ୍ତରଖାନା ରେ ଦେଖିବାକୁ ମିଳିଛି  l ଦୁର୍ଘଟଣା ର  ତଦନ୍କ ରାମଚନ୍ଦ୍ରପୁର ପୋଲିସ  ଆରମ୍ଭ କରିଛି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The car overturned after hitting the divider, killing one person | Argus English