Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଲଜ ଭିତରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ

Odisha

ଲଜ ଭିତରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲଜ ଭିତରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ

ଅର୍ଗସ ବ୍ୟୁରୋ:  ବ୍ରହ୍ମପୁର ଗୋଇଲୁଣ୍ଡି-କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡୋର୍ମିଟାରୀ ଭିତରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତକଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି । ତାଙ୍କ ବୟସ ୪୦ ରୁ ୪୫ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ନିଜ ସ୍ବାମୀ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସିଥିଲେ। । ଉଭୟ ଗତ ୧୯ତାରିଖରେ ଏହି ଲଜର ରହୁଥିଲେ ।

ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଛନ୍ତି । ଦୁଇ ଦିନପୁର୍ବେ ଉଭୟ ସ୍ବାମୀ-ସ୍ତ୍ରୀ ଲଜ ଭିତରେ ଥିଲେ । ହେଲେ ଆଜି ସକାଳୁ ଲଜ କର୍ମଚାରୀ ସଫେଇ କରିବାକୁ ଯାଇଥିଲେ । କବାଟ ବାଢେଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏ ନେଇ ଲଜ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା ।୨ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ମୃତ ମହିଳାଙ୍କ ସ୍ବାମୀ ଉପସ୍ଥିତ ନଥିବାରୁ ସେ ଫୋରାର ହୋଇଯାଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The body of a Kerala woman was recovered from the dormitory | Argus English