Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବୌଦ୍ଧ ଡିଷ୍ଟିଲାରିରୁ ସାମ୍ନାକୁ ଆସିବ କି ମଦ ବେପାରର କଳା କାରନାମ 

Odisha

ବୌଦ୍ଧ ଡିଷ୍ଟିଲାରିରୁ ସାମ୍ନାକୁ ଆସିବ କି ମଦ ବେପାରର କଳା କାରନାମ 

Manini Pattanayak
Browse all articles by Manini Pattanayak
·2 years ago·2 min read
ବୌଦ୍ଧ ଡିଷ୍ଟିଲାରିରୁ ସାମ୍ନାକୁ ଆସିବ କି ମଦ ବେପାରର କଳା କାରନାମ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କରିଥିଲେ ମଦ କାରଖାନାର ଉଦଘାଟନ। ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଓ ଶାସକ ଦଳର ନେତାମାନେ ମଦ ବ୍ୟବସାୟୀଙ୍କଠାରୁ ଅନୁଗୃହୀତ ହେଉଥିଲେ। ଏଥିରୁ ପ୍ରମାଣିତ ହେଉଛି ଅମାପ ଟଙ୍କା ଠୁଳ କରିଥିବା ମଦ ବ୍ୟବସାୟୀ ସାହୁ ଏଣ୍ଡ କୋର ମଦ ସାମ୍ରାଜ୍ୟ ପଛରେ ଥିଲା ବିଜେଡି ପୃଷ୍ଠପୋଷକତା। ଏବେ ଇନକମ୍ ଟ୍ୟାକ୍ସ ବିଭାଗ ତନାଘନା କରୁଥିବାବେଳେ ଆଗକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରିବ। ଆଉ କୁହାଯାଉଛି ବୌଦ୍ଧ ଡିଷ୍ଟିଲେରିରୁ ସାମ୍ନାକୁ ଆସିବ  ମଦ ବେପାରର କଳା କାରନାମା।  ବୌଦ୍ଧ ଡିଷ୍ଟଲାରୀର ଏମଡି ହେଉଛନ୍ତି ଧୀରଜଙ୍କ ପୁତୁରା ରିତେଶ୍ ସାହୁ । ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ଏଇ ଡିଷ୍ଟଲାରୀ ଉପରେ ଚାଲିଛି ଆଇଟି ରେଡ୍ । ଡିଷ୍ଟଲାରୀ ପଛରେ ରହିଛି ସରକାରୀ ପୃଷ୍ଠପୋଷକତା ।
ଅଭିଯୋଗ ନମ୍ବର-1
-ଜଙ୍ଗଲ ଜମି ଉପରେ, ଗାଁ ଲୋକଙ୍କ ଜମି ଉପରେ ପାଇପ ଖୋଳି କଂପାନୀ ନେଇଥିଲା ମହାନଦୀ ପାଣି । ସବୁ ଅନୁମତି ଦେଇଥିଲେ ସରକାର। ମାଧ୍ୟମ ସାଜିଥିଲେ ସ୍ଥାନୀୟ ବିଧାୟକ, ଏବେର ମନ୍ତ୍ରୀ ପ୍ରଦୀପ ଅମାତ୍...ପିଟୁସି ଦୁର୍ଗାଶିଷ
ଅଭିଯୋଗ ନମ୍ବର-2
-ହକ୍ ଅଧିକାର ପାଇଁ ଆନ୍ଦୋଳନ କଲେ ସ୍ଥାନୀୟ ଲୋକେ । କଂପାନୀ ପାଇଁ ବିଜେଡି ପୋଲିସ ଲଗାଇ କଲା ଲାଠିମାଡ଼। ମିଛ କେସରେ ଫଶାଇ କଲା ଗିରଫ । ମହିଳା ଛୋଟ ପିଲା ବି ବାଦ ପଡିଲେନି ପୋଲିସର ଦବଙ୍ଗଗିରିରୁ। 
ଅଭିଯୋଗ ନମ୍ବର-3
-ବୌଦ୍ଧ ଡିଷ୍ଟଲାରୀ ପାଇଁ  ଅନୁଦାନ ଓ ଅନୁକଂପାର ହାତ ଖୋଲିଦେଇଥିଲେ ସରକାର । ନିଜେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଡିଷ୍ଟିଲାରୀର କରିଥିଲେ ଉଦଘାଟନ।  ସେପଟେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟର ମୂଳ ଖୋଜିବାରେ ଲାଗି ପଡିଛନ୍ତି ଆଇଟି ଅଧିକାରୀ। ମାଟି ଉପରୁ କୋଟି କୋଟି ହାର୍ଡ୍ କ୍ୟାସ ସହ ସୁନା ଅଳଙ୍କାର ଜବତ ପରେ ମାଟି ତଳେ ମଧ୍ୟ ଅମାପ ସମ୍ପତ୍ତି ଲୁଚି ରହିଥିବାର ଅନୁମାନ କରୁଛି ଆଇଟି ।

ଧୀରଜଙ୍କ ଝାଡ଼ଖଣ୍ଡ ସ୍ଥିତ ବାସଭବନରୁ ଚାଲିଛି ତନାଘନା । ଜିଓ ସର୍ଭିଲାନ୍ସ ମାଧ୍ୟମରେ ମାଟିତଳେ ଧୀରଜ ସାହୁ ଲୁଚାଇଥିବା କଳା ଧନ କାଢିବାକୁ ତତ୍ପର ହୋଇଛି ଆଇଟି ବିଭାଗ । ପୁରା ପଶ୍ଚିମ ଓଡ଼ିଶାରେ ଦେଶୀ ଓ ବିଦେଶୀ ମଦ କାରବାର ଉପରେ ଥିଲା ଧୀରଜ ଆଣ୍ଡ କୋଙ୍କ ଏକଚାଟିଆ ଅଧିକାର । ଦଶନ୍ଧି ଦଶନ୍ଧି ଧରି ଦେଶୀ ମଦ ଭାଟି ନିଲାମ ହେଉନାହିଁ, କେବଳ ଲାଇନେସନ ନବୀକରଣ କରି ହାତଉଛନ୍ତି ଧୀରଜ ସାହୁ ଓ ଦୀପକ ସାହୁଙ୍କ ପରିବାର। ସନ୍ଦେହ ଘେରରେ ମନ୍ତ୍ରୀ ଟୁକୁନି ସାହୁ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଓ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The black of wine trade will come across from Boudh Distillery | Argus English