Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖଲ୍ଲିକୋଟରେ ଚାଞ୍ଚଲ୍ୟ: ମା' କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର

Odisha

ଖଲ୍ଲିକୋଟରେ ଚାଞ୍ଚଲ୍ୟ: ମା' କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର

Manini Pattanayak
Browse all articles by Manini Pattanayak
·2 years ago·1 min read
ଖଲ୍ଲିକୋଟରେ ଚାଞ୍ଚଲ୍ୟ: ମା' କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର

ବ୍ରହ୍ମପୁର:  ମା କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର  । ଖଲ୍ଲିକୋଟ ସହରରୁ ଏକ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ  କୋଳରୁ ଶିଶୁ ପୁତ୍ରକୁ କୌଣସି ଲୋକ ଚୋରି କରି ନେବା ଘଟଣାକୁ ନେଇ ଖଲ୍ଲିକୋଟରେ ଚାଞ୍ଚଲ୍ୟ ଖେଳି ଥିବା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ ଖଲ୍ଲିକୋଟ ସହରର ଏକ ଦୋକାନ ବାରଣ୍ଡାରେ ମା  ତାର ଏକ 9 ମାସର ପୂତ୍ର ସନ୍ତାନ ସହ ଶୋଇ ପଡିଥିଲା  । ଶୋଇଥିବା ଅବସ୍ଥାରେ ଉକ୍ତ ପୁତ୍ର ସନ୍ତାନକୁ କୌଣସି ଦୁର୍ବୃତ୍ତ ତାର ମା କୋଳରୁ ଚୋରି କରି ନେଇ ଯାଇଥିଲା ।

ମା ଏଣେ ତେଣେ  ଖୋଜିବା ଖୋଜିଥିଲା ପୁଅକୁ।  ମହିଳାଙ୍କ କାନ୍ଦ ଦେଖି ଲୋକମାନେ ଉକ୍ତ ନିରାଶ୍ରୟା ମହିଳାଙ୍କ ଚାରିପଟେ ରୁଣ୍ଡ ହୋଇ ଯାଇ ଥିଲେ ।  ଶିଶୁ ପୁତ୍ରର ଖୋଜ ଖବର ନ ପାଇ ଶେଷରେ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେଇଥିଲେ।  ପରେ ପୋଲିସ ଥାନା କେସ ନମ୍ବର 37/1 ରେ ଏକ ମାମଲା ରୁଜ୍ଜୁ କରି ଏକ ଟିମ ଗଠନ କରି ତଦନ୍ତ ଚଳାଇଛି। କିନ୍ତୁ  ଏଯାଏଁ ସୁଦ୍ଧା ଶିଶୁ ପୁତ୍ର ସନ୍ଧାନ ମିଳି ପାରିନାହିଁ । ତେବେ ଖୁବ ଶୀଘ୍ର ନିଖୋଜ ଶିଶୁ ପୁତ୍ର ମିଳିଯିବ ବୋଲି ଖଲ୍ଲିକୋଟ ଆଇ ଆଇ ସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The baby boy was stolen from the mother's arms in brahmapur khallikote | Argus English