ଚରମ ସୀମାରେ ପହଞ୍ଚିଲା ଆବାସ୍ ଆକ୍ରୋଶ
·2 years ago

ଅର୍ଗସ ବ୍ୟୁରୋ : ଚରମ ସୀମାରେ ପହଞ୍ଚିଲା ଆବାସ୍ ଆକ୍ରୋଶ । ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠା ପଞ୍ଚାୟତ କାର୍ଯ୍ୟାଳୟରୁ ଆସିଲା ସାଙ୍ଘାତିକ ଦୃଶ୍ୟ । ଶୁଳିଆପଦା ବିଡିଓ ଅନୁପମା ଘୋଷକୁ ତାଲା ପକାଇଲେ ଉତ୍ୟକ୍ତ ଲୋକେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ହିତ୍ୟାଧିକାରୀ ମାନେ ବିଡିଓ ଓ ତହସିଲଦାରଙ୍କୁ ବାଲି ନ ମିଳୁଥିବାରୁ ବହୁବାର ଅଭିଯୋଗ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯଦିଓ ବାଲି ମିଳୁଛି ତାହା ପୁଣି ଆକାଶ ଛୁଆଁ ଦରରେ ତେଣୁ ହିତ୍ୟାଧିକାରୀ ମାନେ ଠିକ ସମୟରେ ଘର ନିର୍ମାଣ କରିପାରୁନାହାନ୍ତି । କିନ୍ତୁ ସମସ୍ୟାର ସମାଧାନ ବଦଳରେ ବିଡିଓ ବାର ବାର ହିତ୍ୟାଧିକାରୀଙ୍କୁ ଦେଉଛନ୍ତି ଧମକ । ଘର ନିର୍ମାଣ ନ କଲେ ସରକାରୀ ଯୋଜନାରୁ ବଞ୍ଚିତ କରାଯିବ l ତେଣୁ ଉତ୍ତ୍ୟକ୍ତ ହିତ୍ୟାଧିକାରୀ ବିଡିଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: